ହୃତ୍ପିଣ୍ଡକୁ ସୁରକ୍ଷା ଦିଏ ଜଳ
ମେଟାବୋଲିଜିମ୍କୁ ବଢ଼ାଇଥାଏ- ଓଜନ ହ୍ରାସ ପାଇଁ ଇଚ୍ଛୁକ? ଜଳପାନ ଦ୍ୱାରା ଶରୀରର ଅଧିକ କ୍ଷମତା ଆସିଥାଏ । ଏକ ସର୍ଭେ ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁସାରେ ଏଣ୍ଡୋକ୍ଲିନୋଲୋଜି ଏବଂ ମେଟାବୋଲିଜିମ୍ ପାନୀୟ ଜଳରେ ଥିବା ଜର୍ନାଲ ଅଫ୍ କ୍ଲିନିକାଲ ପତ୍ରିକାରେ ପ୍ରକାଶିତ ହୋଇଛି । ତେଣୁ ଅଧିକ ପାଣି ପିଉଥିବା ୩୦ ଭାଗ ସୁସ୍ଥ ମହିଳା ଏବଂ ପୁରୁଷଙ୍କର ମେଟାବୋଲିକ୍ ବଢ଼ିଥାଏ । ପାଣି ପିଇବାର ୩୦-୪୦ ମିନିଟ୍ ପରେ ମେଟାବୋଲିକ୍ର ମାତ୍ରା ବୃଦ୍ଧି ପାଇଥାଏ ।
ହୃତ୍ପିଣ୍ଡକୁ ସୁରକ୍ଷା ଦିଏ- ଅଧିକ ପାଣି ପିଇବା ଦ୍ୱାରା ହୃଦ୍ଘାତ ହେବାର ଆଶଙ୍କା କମ୍ ଥାଏ । ୬୦ ବର୍ଷର ପରୀକ୍ଷା ପରେ ଆମେରିକାର ଇକିଡେମିଓଲୋଜି ପତ୍ରିକାରେ ପ୍ରକାଶିତ ହୋଇଥିଲା ଦିନକୁ ୨ ଗ୍ଲାସ୍ରୁ କମ୍ ପାଣି ପିଉଥିବା ବ୍ୟକ୍ତିଙ୍କଠାରୁ ୫ ଗ୍ଲାସ୍ରୁ ଅଧିକ ପାଣି ପିଉଥିବା ବ୍ୟକ୍ତିଙ୍କର ହୃଦ୍ଘାତ ହେବାର ସମ୍ଭାବନା କମ୍ଥାଏ । ଅଧିକ ମାତ୍ରାରେ ପାଣି ପିଇବା ଦ୍ୱାରା କର୍କଟରୋଗକୁ କମ୍ କରାଯାଇ ପାରିବ । ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ହାଇଡ୍ରେଡ୍ ଦ୍ୱାରା ବୃହଦାନ୍ତ୍ର କର୍କଟକୁ ୪୫ ଭାଗ ରୋକାଯାଇପାରିବ, ମୂତ୍ରାଶୟ କର୍କଟ ୫୦ଭାଗ ଏବଂ ସ୍ତନ କର୍କଟକୁ ମଧ୍ୟ ରାକାଯାଇପାରିବ ।
ମୁଣ୍ଡବିନ୍ଧା ଦୂର କରେ- ବୈଜ୍ଞାନିକମାନେ ମାଇଗ୍ରୋନ୍କୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରିଛନ୍ତି । ଗୋଟିଏ ପ୍ଲେସବୋ ନେବା ଏବଂ ଅନ୍ୟଟି ଦୈନିକ ୧.୫ଲିଟର ପାଣି ପିଇବା । ଦୁଇ ସପ୍ତାହ ପରେ ଦେଖିବାକୁ ମିଳିଥିଲା ଯେ ପ୍ଲେସ୍ବୋ ନେଉଥିବା ଲୋକଙ୍କ ଅପେକ୍ଷା ପାଣି ପିଉଥିବା ଲୋକଙ୍କ ମୁଣ୍ଡବିନ୍ଧା ଦୂର ହୋଇଥିଲା ।
ବୁଦ୍ଧି ବଢ଼ାଇବାରେ ପାଣିର ଭୂମିକା- ଆମ ମସ୍ତିଷ୍କ କାର୍ଯ୍ୟ କରିବା ପାଇଁ ଅମ୍ଳଜାନ ଦରକାର କରିଥାଏ । ତେଣୁ ଅଧିକ ମାତ୍ରାରେ ପାଣି ପିଇବା ଦ୍ୱାରା ଆମ ଶରୀରକୁ ଦରକାର କରୁଥିବା ଉପାଦାନ ମିଳିଯାଇଥାଏ । ଦିନକୁ ୮ରୁ ୧୦କପ୍ ପାଣି ପିଇଲେ ଆମର ସଂଜାନାତ୍ମକ ନିଷ୍ପାଦନର ୩୦ଭାଗ ବଢ଼ିଥାଏ ।
ଧନୀ କରିବାରେ ସହାୟ- ୬୦ ପ୍ରତିଶତ ଯୁକ୍ତରାଷ୍ଟ୍ରର ଲୋକ ପାଣି ବୋତଲ କିଣି ପିଇଥାନ୍ତି । ଏହା ଜୁସ୍, ସୋଢ଼ା ଏବଂ ଷ୍ଟାରବକ ଠାରୁ ଶସ୍ତା ହୋଇଥାଏ । ଏହାଦ୍ୱାରା ସେମାନଙ୍କ ପଇସା ବଞ୍ଚିଯାଏ । ପ୍ରତିଦିନ ସୋଢ଼ାଠାରୁ ଗୋଟେ ଗ୍ଲାସ୍ ପାଣି ଶ୍ରେୟସ୍କର ହୋଇଥାଏ ।
ସତେଜ ରଖେ- କର୍ମକ୍ଷେତ୍ରରେ ସତେଜ ରଖିବା ସହ ଡିହାଇଡ୍ରେସନର ପରିମାଣକୁ କମ୍ କରି ମେମୋରୀକୁ ବଢ଼ାଏ ।