ବିଦ୍ୟୁତ୍ ଆଘାତରେ ବିଦ୍ୟୁତ୍ ବିଭାଗର ଠିକା କମର୍ଚାରୀଙ୍କ ମୃତ
ନୀଳଗିରି : ନୀଳଗିରି ବ୍ଲକ୍ ଅନ୍ତର୍ଗତ ଭାଲୁକାସୁଣୀ ଷ୍ଟ୍ରକ୍ଚର ସଜନାଗଡ଼ ଲାଇନ୍ମ୍ୟାନ୍ ଅଧିନରେ ବଡ଼ବିଲ ଅଞ୍ଚଳରେ ଏକ ଏଲ୍ଆଇ ପଏଣ୍ଟକୁ ମରାମତି କରିବାକୁ ଯାଇଥିବା ବିଦ୍ୟୁତ୍ ବିଭାଗର କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।
ସୂଚନା ଅନୁସାରେ ଶନିବାର ଅପରାହ୍ନ ୬ଟା ସମୟରେ ବଡ଼ବିଲ ଗ୍ରାମର ଏକ ଏଲ୍.ଆଇ. ପଏଣ୍ଟର ବିଦ୍ୟୁତ୍ ସରବରାହରେ ଯାନ୍ତ୍ରିକ ତୃଟି ଥିବାରୁ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ସୋମନାଥପୁର ଅଞ୍ଚଳ ନଗରପାଟଣା ଗାଁର ୰ କାଲୁ ମାଝିର ପୁଅ ଭାଗୀରଥି ମାଝୀ ମରାମତି କରିବାକୁ ଯାଇଥିବା ବେଳେ କିଟ୍କଟ୍ରେ ହାତଲାଗି ଯିବାରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ୨୦୦୫ ମସିହାରୁ ସେ ସଜନାଗଡ଼ ଲାଇନମ୍ୟାନ୍ ଅଧିନରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରି ଆସୁଥିଲେ । ମୋଟାମୋଟି ବିଦ୍ୟୁତ୍ ବିଭାଗର ଖାମଖିଆଲ ନୀତି ଯୋଗୁଁ ବହୁ ନୀରିହ କର୍ମଚାରୀଙ୍କ ମୃତ୍ୟୁ ଘଟିବା ଘଟଣାକୁ ସାଧାରଣରେ ଆଲୋଚନା ହେଉଛି । ତେବେ ଉକ୍ତ ଏଲ୍ଆଇ ପଏଣ୍ଟଟି ଜନୈକ ବ୍ୟକ୍ତିଗତ ଥିବାର ଶୁଣିବାକୁ ମିଳିଥିବା ବେଳେ ବିଭାଗ ପକ୍ଷରୁ ଏହାକୁ ସରକାରୀ ଏଲ୍ଆଇ ପଏଣ୍ଟ ବୋଲି କୁହାଯାଇଛି । ଘଟଣାର ତଦନ୍ତ ହେଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ସାଧାରଣରେ ଦାବୀ ହେଉଛି ।
Taja khabar
Thank U