ଗ୍ୟାସ ସମସ୍ୟାର ସହଜ ଉପଚାର
ପ୍ରଥମେ ଆହାର ଓ ବିହାରରେ ସନ୍ତୁଳନ ନିହାତି ଜରୁରୀ । ପାନ-ମଦ-ଗୁଟଖା ଆଦି ଆଦୌ ଖାଇବା ଉଚିତ ନୁହେଁ । ହାଲକା ଖାଦ୍ୟ ଅଳ୍ପ ଅଳ୍ପ ପରିମାଣରେ ବାରମ୍ବାର ଖାଇବା ଉଚିତ । ଯଥେଷ୍ଟ ପରିମାଣରେ ପାଣି ପିଇବା ଉଚିତ । ପୋଟଳ, କଲରା, ଅମୃତଭଣ୍ଡା, ଅଳେଇଚ, ଗୋଲମରିଚ, ଜୁଆଣି, ସୈନ୍ଧବ ଲୁଣ, ଖଜରା, କିସ୍ମିସ୍ ଆଦି ଏହି ଯୋଗ ପାଇଁ ପଥ୍ୟ । ରୋଗୀ ସକାଳୁ ଖାଲିପେଟରେ ଅଭ୍ୟାସବଶତଃ ପ୍ରଚୁର ପାଣି ପିଇବା ଉଚିତ । ପ୍ରଥମେ ପ୍ରଥମେ ଲାଗିପାରେ ମାତ୍ର ଅଭ୍ୟାସ କରି ପିଇଲେ ଚମତ୍କାର ଲାଭ ହୋଇଥାଏ ।
- ରୋଗୀ ପ୍ରତ୍ୟେହ ଅଁଳା ଓ ପାନମଧୁରୀ ବତୁରା ପାଣି ପିଇଲେ ଅମ୍ଳପିତ୍ତ (ଏସିଡିଟି)ରୁ ମୁକ୍ତି ମିଳିଥାଏ ।
- ପଞ୍ଚକର୍ମ ବିଧି ମୁତାବକ ସ୍ନେହପାନ ଏବଂ ବିରୋଚନ ପଦ୍ଧତି ଅନୁସରଣ କଲେ ଏସିଡିଟି ବା ତତ୍ଜନିତ ଉପଦ୍ରବରୁ ଉପଶମ ମିଳିଥାଏ ।
- ରୋଗୀର ଦେହବଳ, ଦେହ ପ୍ରକୃତି ତଥା ଦୋଷମାନଙ୍କର ଅଂଶାଂଶ କଳ୍ପନା କରିବା ଲକ୍ଷ୍ୟ ରଖି ଚିକିତ୍ସକ ପରାମର୍ଶ ମୁତାବକ ଆର୍ଦ୍ରକ ରସାୟନ, ଦ୍ରାକ୍ଷାଦି ଲେହ, ଶ୍ୱେତ ଶେଖର ରସ, କାମଦୁଧା ରସ, ହିଙ୍ଗୁବଚାଦି ବଟୀ, ହିଂଗ୍ୱାଷ୍ଟିକ୍ ଚୂର୍ଣ୍ଣ, ଯବନ୍ୟାଦି ଚୂର୍ଣ୍ଣ, ବାଡ଼ିମାଷ୍ଟକ ଚୂର୍ଣ୍ଣ ଆଦି ଶାସ୍ତ୍ରୀୟ ଔଷକ୍ଷର ପ୍ରୟୋଗ କରାଗଲେ ଏସିଡିରୁ ଉପଶମ ମିଳିଥାଏ ।
- ଖାଦ୍ୟ ଭଲ ଭାବରେ ହଜମ ନହୋଇ ଛାତିରେ ଜମାଟ ହେଲା ପରି ଲାଗେ । ପେଟ ଓଜନିଆ ଲାଗିପାରେ ।
- ଅଳ୍ପ କିଛି ଖାଇଲେଦେଲେ ଆଶ୍ୱସ୍ତି ଲାଗି ଛାତିରେ ଜଳାପୋଡ଼ା ହେବା, ତଣ୍ଡିରେ ଜଳାପୋଡ଼ା ହେବା, ଆମ୍ବିଳି ହାକୁଡ଼ି ହେବା ଆଦି ଲକ୍ଷଣ ଦେଖାଯାଇପାରେ ।
- ରୋଗୀର ଛାତି ଓ ପେଟରେ ଛୁଞ୍ଚି ଫୋଡ଼ିଲା ପରି ଲାଗିପାରେ ।
- ଅଧିକ ସମୟ ଭୋକରେ ରହିଲେ ମୁଣ୍ଡ ବୁଲେଇ ହେବା ପେଟ କାଟି କାଟି ହେବା ଦେଖାଯାଇପାରେ ।
- ରୋଗୀର ପେଟ ଭିତରେ, ଆଖି ଆଦିରେ ଗରମ ବାମ୍ଫ ବାହାରିଲା ପରି ଲାଗିବାର ଅଭିଯୋଗ କରିଥାଏ ।
- ଖାଦ୍ୟ ଅପଚନ ହେତୁ ଗ୍ୟାସ୍ର ସମସ୍ୟା ମଧ୍ୟ ଦେଖା ଯାଇ ପାରେ ।
- ରୋଗୀ କୌଣସି ଖାଦ୍ୟ ଖାଇବାକୁ ଇଚ୍ଛା କରେନାହିଁ । ତା’ର ମାନସିକ ଦୁଶ୍ଚିନ୍ତା ବଢ଼ିବା ସହ ବିନାକାରଷର ଛାତି ଧଡ଼ପଡ଼ ହେବା କୌଣସି ଜୋର୍ ଶବ୍ଦ ବା ଟେଲିଫୋନ୍ ରିଂ ବା କଲିଂ ବେଲ୍ ଶବ୍ଦ ପୁଣି ହଠାତ୍ ଚମକି ଯିବା ଆଦି ଲକ୍ଷ୍ୟର ପ୍ରକାଶ ପାଇଥାଏ ।
- ସବୁବେଳେ ବାନ୍ତି ବାନ୍ତି ଲାଗି ମୁଣ୍ଡବିନ୍ଧା ମଧ୍ୟ ଲାଗିରହେ ।
- ରୋଗୀ ଛାତିରେ ଶୂଳ ପେଟ ଗଳାରେ ଶୂଳ ହୋଇଥାଏ । ବେଳେବେଳେ ଏହି ଶୂଳ ଦେହସାରା ବୁଲିଲା ଭଳି ଲାଗିଥାଏ ଯେମିତି କି, କେତେ ବେଳେ ଛାତିରେତ କେତେ ବେଳେ କଣ୍ଠରେ ତ ପୁଣି କିଛି ସମୟ ପରେ ଦୁଇ ପାଖରେ ହୋଇ ପାରେ ।
- ଏସିଡିଟିରେ ପିତ୍ତ ପ୍ରଦୂଷିତ ହେଉ ଥିବାରୁ କିଛି ଚର୍ମରୋଗ ମଧ୍ୟ ଉତ୍ପନ୍ନ ହୋଇପାରେ ।
(ବି:ଦ୍ର: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସମ୍ପୂର୍ଣ୍ଣ ସତ୍ୟ ଏବଂ ସଠିକ୍ ବୋଲି ଦାବି କରୁନାହୁଁ। ଗ୍ରହଣ କରିବା ପୂର୍ବରୁ ଦୟାକରି ସମ୍ପୃକ୍ତ କ୍ଷେତ୍ରର ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। )
ବନ୍ଧୁଗଣ ଆମେ ଆଶା କରୁଛୁ କି ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ ସହ କମେଣ୍ଟ କରନ୍ତୁ । ଧନ୍ୟବାଦ !!!