ପୁରୁଷଙ୍କୁ କ୍ୟାନ୍ସର କାଳ

କ୍ୟାନ୍ସର ଏକ ଜୀବନନାଶକ ରୋଗ। ଏକଥା ଆମେ ସମସ୍ତେ ଜାଣନ୍ତି। ଏକଥା ମଧ୍ୟ ଜାଣନ୍ତି ଯେ, କ୍ୟାନସର ସେଲ୍ ଆମ ସମସ୍ତଙ୍କ ଶରୀରରେ ମଧ୍ୟରେ ରହିଥାଏ। ଯଦି ଏହି ସେଲ୍ ଅନିୟମିତ ଭାବେ ବଢ଼ିବାକୁ ଲାଗେ ତାହାଲେ କ୍ୟାନସର ଭଳି ଭୟଙ୍କର ରୋଗ ହୋଇଥାଏ। ତେଣୁ ଏଭଳି ଭୟଙ୍କର ରୋଗଠାରୁ ଦୁରେଇ ରହିବାକୁ ହେଲେ ଆମକୁ ଏସମ୍ପର୍କିତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ।
ଗତ ୧୦ ବର୍ଷ ମଧ୍ୟରେ ପୁରୁଷମାନେ ଅଧିକ ମାତ୍ରାରେ କର୍କଟ ରୋଗରେ ପୀଡ଼ିତ ଏବଂ ଏହି ରୋଗରେ ସେମାନଙ୍କର ମୃତ୍ୟୁ ବେଶୀ ହେଉଚି ବୋଲି ଆମେରିକାରେ କର୍କଟ ରୋଗକୁ ନେଇ ହୋଇଥିବା ସର୍ଭେରୁ ଜଣାପଡ଼ିଛି । ଦି ଜର୍ଣ୍ଣାଲ ଅପ୍ ୟୁରୋଲୋଜିରେ ପ୍ରକାଶିତ ଏହି ସର୍ଭେର ତଥ୍ୟରୁ ଜଣାପଡ଼ୁଛି ଯେ, କର୍କଟ ରୋଗରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟାରେ ହ୍ରାସ ଘଟିଛି । କିନ୍ତୁ ଲିଙ୍ଗାନୁପାତ ଅନୁସାରେ କର୍କଟ ରୋଗରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ମୃତ୍ୟୁ ସଂଖ୍ୟା ବହୁତ ଅଧିକ । ସର୍ବୋମୋଟ କର୍କଟ ରୋଗରେ ପୀଡ଼ିତ ମହିଳାଙ୍କ ତୁଳନାରେ ୬ ପ୍ରତିଶତ ଅଧିକ ପୁରୁଷଙ୍କର ମୃତ୍ୟୁ ଘଟିଛି । ଏକ ପ୍ରକାର କର୍କଟ ରୋଗକୁ ନେଇ ତୁଳନା କଲେ ମହିଳାଙ୍କ ତୁଳନାରେ ୧୨ ପ୍ରତିଶତ ଅଧିକ ପୁରୁଷଙ୍କର ମୃତ୍ୟୁ ଘଟିଛି । ୧୦ଟି ପ୍ରମୁଖ କର୍କଟ ରୋଗରୁ ୭ଟିରେ ପୁରୁଷମାନେ ବହୁ ବିଳମ୍ବରେ ରୋଗ ନିର୍ଦ୍ଧାରଣ କରିଥାନ୍ତି କିମ୍ବା ରୋଗର ଅନ୍ତିମ ପର୍ଯ୍ୟାୟରେ ଡାକ୍ତରଙ୍କ ନିକଟକୁ ଯାଇଥାନ୍ତି । କେଉଁ କାରଣରୁ ଲିଙ୍ଗଗତ ତାରତମ୍ୟ ଏତେ ମାତ୍ରାରେ ବୃଦ୍ଧି ପାଇଛି ତାହାର ସ୍ପଷ୍ଟ କାରଣ ଜଣାପଡ଼ିନାହିଁ । କିନ୍ତୁ ପୁରୁଷଙ୍କ ଜୀବନଶୈଳୀ ଏଥିପାଇଁ ଦାୟୀ ହେବାର ସମ୍ଭାବନା ଅଧିକ ଯଥା ମାତ୍ରାଧିକ ଧୂମପାନ ଓ ମଦ୍ୟପାନ । ଏହା ସହିତ ପୁରୁଷମାନେ ପରାମର୍ଶ ନେବା ଲାଗି ଖୁବ୍ କମ୍ ଡାକ୍ତରଙ୍କ ନିକଟକୁ ଯାଇଥାନ୍ତି । ଏପରି କି, ସେକ୍ସ ହରମୋନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି