ପଶ୍ଚିମବଙ୍ଗ ନିର୍ବାଚନ : ରାଲି କମାଇଲେ ମୋଦି

ନୂଆଦିଲ୍ଲୀ : ପ୍ରଥମେ ରାହୁଲ ଗାନ୍ଧୀ ଓ ପରେ ମମତା ବାନାର୍ଜୀ ଏବେ ଖୋଦ୍ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ଅବଶିଷ୍ଟ ତିନୋଟି ପର୍ଯ୍ୟାୟ ନିର୍ବାଚନରେ ଦଳୀୟ ରାଲି ହ୍ରାସ କରିବାକୁ ନିଷ୍ପତି ନେଇଛନ୍ତି । କରୋନାର ଦ୍ୱିତୀୟ ଲହରରେ ଦେଶର ସ୍ଥିତି ସଂଗୀନ ହେଉଥିବା ଯୋଗୁଁ ବିଳମ୍ବରେ ହେଲେ ମଧ୍ୟ ପ୍ରଧାମନ୍ତ୍ରୀ ଏଭଳି ନିଷ୍ପତି ନେଇଛନ୍ତି । ତେବେ ପୂର୍ବରୁ ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗକୁ ନିର୍ବାଚନୀ ରାଲି କରିବାକୁ ଯିବେ ନାହିଁ ବୋଲି କହିଥିଲା ବେଳେ ମମତା ବାନାର୍ଜୀ କେବଳ ଗୋଟିଏ ରାଲି ୩୦ମିନିଟ୍ ପାଇଁ ଘୋଷଣା କରିଥିଲେ । ଏପ୍ରିଲ୍ ୨୨ରେ ମାଲଦା ଓ ମୁର୍ସିଦାବାଦ ଏବଂ ୨୪ରେ ଭାବନୀପୁର ଓ ବୀରଭୁମ୍ରେ ହେବାକୁ ଥିବା ରାଲି ଏବେ ୨୩ ତାରିଖରେ ହେବ । ଏହି ୪ଟି ର୍ୟାଲି ଗୋଟିଏ ଦିନରେ ଅର୍ଥାତ୍ ଏପ୍ରିଲ୍ ୨୩ରେ କରାଯିବ । ଏହା ସହିତ ଭୋଟିଂର ୭୨ଘଂଟା ପୂର୍ବରୁ ନିର୍ବାଚନ ପ୍ରଚାର ଉପରେ କଟକଣା ଲାଗିଛନ୍ତି ନିର୍ବାଚନ ଆୟୋଗ । ଏପ୍ରିଲ୍ ୨୬ରେ ହେବାକୁଥିବା ନିର୍ବାଚନ ପାଇଁ ୨୩ ଏପ୍ରିଲ୍ରେ ନିର୍ବାଚନ ପ୍ରଚାର ବନ୍ଦ ହେବ । ଏବେ ଭୋଟିଂର ୨୪ଘଂଟା ପୂର୍ବରୁ ନିର୍ବାଚନୀ ପ୍ରଚାର ବନ୍ଦ କରିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ମମତାଙ୍କ ୧୭ଟି ର୍ୟାଲି ଆଗାମୀ ଏକ ସପ୍ତାହ ମଧ୍ୟରେ ହେବାର ଥିଲା । କୋଲକତାରେ ହେବାକୁଥିବା ସମସ୍ତର୍ୟାଲି ମମତା ବାତିଲ୍ କରିଛନ୍ତି । ଅବିଶିଷ୍ଟ ର୍ୟାଲିର ସମୟ ମଧ୍ୟ ହ୍ରାସ କରାଯାଇଥିବା ଦଳର ମୁଖପାତ୍ର ଡେରେନ୍ ଓବ୍ରାଇମ୍ ଜଣାଇଛନ୍ତି । ସେପଟେ କରୋନାରେ ବିଗୁଡୁଥିବା ସ୍ଥିତିକୁ ଦେଖି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲଗାନ୍ଧୀ ପଶ୍ଚିମ ବଙ୍ଗରେ ନିଜର ସମସ୍ତ ର୍ୟାଲିକୁ ବାତିଲ୍ କରାଯାଇଛି ।