ପରିବର୍ତିତ ମାର୍ଗ ଦେଇ ଚଳାଚଳ କରିବ ବିଶାଖାପାଟନମ୍-ନୂଆଦିଲ୍ଲୀ-ବିଶାଖାପାଟନମ୍ ବିଶେଷ ଟ୍ରେନ

ଭୁବନେଶ୍ୱର : ବିଶାଖାପାଟନମ୍-ନୂଆଦିଲ୍ଲୀ- ବିଶାଖାପାଟନମ୍ ବିଶେଷ ଟ୍ରେନ ଦୁଇ ସପ୍ତାହ ପାଇଁ ବିଜୟନଗରମ୍-ରାୟଗଡା-ଟିଟିଲାଗଡ଼ ମାର୍ଗ ହୋଇ ଚଳାଚଳ କରିବ ।
ବିଦ୍ୟୁତିକରଣ ସହିତ ତୃତୀୟ ଲାଇନ କାର୍ଯ୍ୟକ୍ଷମ ପାଇଁ ସିକନ୍ଦରାବାଦ ରେଳମଣ୍ଡଳ ର କାଜିପେଟ-ବଲହରସା ରେଳ ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ୦୨୮୦୫/୦୨୮୦୬ ବିଶାଖାପାଟନମ୍-ନୂଆଦିଲ୍ଲୀ- ବିଶାଖାପାଟନମ୍ ସ୍ପେଶାଲ୍ ଉଭୟ ପାର୍ଶ୍ୱରୁ ଏପ୍ରିଲ୍ ୧୦ ରୁ ୨୩ ତାରିଖ ମଧ୍ୟରେ ପରିବବର୍ତିତ ମାର୍ଗ ଭାୟା ସିମାଂଚଳମ ଉତର-ବିଜୟନଗରମ-ରାୟଗଡା-ଟିଟିଲାଗଡ-ରାୟପୁର-ଗୋଣ୍ଡିଆ-ନାଗପୁର ହୋଇ ଚଳାଚଳ କରିବାକୁ ଥିବାବେଳେ ଏହା ଏହି ସମୟ ମଧ୍ୟରେ ଦୁଭାଡା, ଅନକାପଲ୍ଲୀ, ସାମଲକୋଟ, ରାଜମହେନ୍ଦ୍ରୀ, ତାଡେପାଲିଗୁଡେମ, ଏଲୁରୁ, ବିଜୟୱାଡା, ଖମ୍ମଓମ, ୱାରଙ୍ଗଲ, ପେଦାପାଲ୍ଲି-ରାମଗୁଣ୍ଡମ, ସିରପୁର କାଗଜ ନଗର, ବଲହରସା ଓ ଚନ୍ଦ୍ରପୁର ଷ୍ଟେସନ ମାନଙ୍କରେ ରହଣି କରିବ ନାହିଁ ।