ପୂର୍ବତଟ ରେଳପଥରେ ପୁଣି ୪ଟି ବିଶେଷ ଟ୍ରେନ
![](https://thetruths.in/wp-content/uploads/2021/04/Train.jpg)
ଭୁବନେଶ୍ୱର : ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଆହୁରି ଚାରିଟି ବିଶେଷ ଟ୍ରେନ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଅଛି । ଏହି ଟ୍ରେନ୍ଗୁଡ଼ିକ ହେଉଛି ପୁରୀ- ମୁମ୍ବାଇ ଏଲଟିଟି, ପୁରୀ-ଗାନ୍ଧୀଧାମ, ମୁଜାଫରପୁର-ଯଶୋବନ୍ତପୁର ଏବଂ ଜସିଡିହ-ତାମ୍ବରମ ଏବଂ ଏହା ନିମ୍ନଲିଖିତ ଅନୁଯାୟୀ ଚଳାଚଳ କରିବ ।
୦୨୧୪୫/୦୨୧୪୬ ମୁମ୍ବାଇ ଏଲଟିଟି- ପୁରୀ- ମୁମ୍ବାଇ ଏଲଟିଟି ସ୍ପେଶାଲ୍ ମୁମ୍ବାଇରୁ ୧୧ ଏପ୍ରିଲ, ୨୦୨୧ ଠାରୁ ପ୍ରତ୍ୟେକ ରବିବାର ଦିନ ରାତ୍ର ୮ଘ.୩୦ମି.ରେ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ଛାଡିବ ଏବଂ ପୁରୀରୁ ୧୩ ଏପ୍ରିଲ, ୨୦୨୧ ଠାରୁ ରାତ୍ର ୯ଘ.୪୫ମି.ରେ ପ୍ରତି ମଙ୍ଗଳବାର ଦିନ ପରବର୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । ୦୯୪୯୩/୦୯୪୯୪ ଗାନ୍ଧୀଧାମ-ପୁରୀ- ଗାନ୍ଧୀଧାମ ବିଶେଷ ଟ୍ରେନ ୧୬ ଏପ୍ରିଲ, ୨୦୨୧ ଠାରୁ ଗାନ୍ଧୀଧାମରୁ ପ୍ରତ୍ୟେକ ଶୁକ୍ରବାର ଦିନ ରାତ୍ର ୧୧ଘ.୦୫ମି.ରେ ଛାଡିବ ଏବଂ ପୁରୀରୁ ୧୯ ଏପ୍ରିଲ, ୨୦୨୧ ପ୍ରତ୍ୟେକ ସୋମବାର ଦିନ ରାତ୍ର ୧୧ଘଟିକାରେ ପରବର୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । ୦୫୨୨୮/୦୫୨୨୭ ମୁଜାଫରପୁର-ଯଶୋବନ୍ତପୁର-ମୁଜାଫରପୁର ସ୍ପେଶାଲ ମୁଜାଫରପୁରରୁ ୫ ଏପ୍ରିଲରୁ ୨୮ ଜୁନ ମଧ୍ୟରେ ପ୍ରତ୍ୟେକ ସୋମବାର ଦିନ ସକାଳ ୦୭ଘ. ୨୫ମି. ଛାଡିବ ଏବଂ ଯଶୋବନ୍ତପୁରରୁ ୭ ଏପ୍ରିଲରୁ ୩୦ ଜୁନ୍, ୨୦୨୧ ମଧ୍ୟରେ ପ୍ରତ୍ୟେକ ବୁଧବାର ଦିନ ରାତ୍ର ୧୧ଘ. ୫୫ମି.ରେ ଛାଡିବ । ୦୨୩୭୬/୦୨୩୭୫ ଜାସିଡିହ-ତାମ୍ବରମ୍-ଜସିଡିହ ସ୍ପେଶାଲ୍ ଜସିଡିହରୁ ୧୪ ଏପ୍ରିଲ, ୨୦୨୧ ଠାରୁ ପ୍ରତ୍ୟେକ ବୁଧବାର ଦିନ ଅପରାହ୍ନ ୧ଘ.୨୦ମି.ରେ ଛାଡିବ ଏବଂ ତାମ୍ବରମ୍ରୁ ୧୭ ଏପ୍ରିଲ, ୨୦୨୧ ଠାରୁ ପ୍ରତ୍ୟେକ ଶନିବାର ଦିନ ଅପରାହ୍ନ ୧୨ଘ. ୫୫ମି.ରେ ଛାଡି ପରବର୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ ।