ଦୁଇ ଯୋଡ଼ା ଏକ୍ସପ୍ରେସ ବିଶେଷ ଟ୍ରେନ ବାତିଲ୍

ଭୁବନେଶ୍ୱର : କମ ପୃଷ୍ଠପୋଷକତା ଏବଂ କୋଭିଡ୧୯ ସଂକ୍ରମଣ ବୃଦ୍ଧିର ଶୃଙ୍ଖଳାକୁ ଭାଙ୍ଗିବାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଆହୁରି ଦୁଇ ଯୋଡ଼ା ବିଶେଷ ଏକ୍ସପ୍ରେସ ଟ୍ରେନକୁ ଉଭୟ ପାର୍ଶ୍ୱରୁ ବାତିଲ କରିବାକୁ ନିଷ୍ପତି ନିଆଯାଇଛି ।
୦୮୪୯୩/୦୮୪୯୪ ଭୁବନେଶ୍ୱର-ବାଲାଙ୍ଗୀର-ଭୁବନେଶ୍ୱର ସ୍ପେଶାଲ୍ ଉଭୟ ଦିଗରୁ ଚଳିତ ମାସ ୧୫,୧୬,୨୨ ଏବଂ ୨୩ ତାରିଖ ଦିନ ବାତିଲ୍ ରହିବ । ସେହିପରି ୦୮୫୬୧/୦୮୫୬୨ ବିଶାଖାପାଟନମ୍-କାଚେଗୁଡା-ବିଶାଖାପାଟନମ୍ ବିଶେଷ ଟ୍ରେନ ବିଶାଖାପାଟନମ୍ ଠାରୁ ୧୪ ମଇରୁ ୩୧ ମଇ ପର୍ଯ୍ୟନ୍ତ ଏବଂ କାଚେଗୁଡା ଠାରୁ ୧୫ ମଇରୁ ୧ ଜୁନ୍ ପର୍ଯ୍ୟନ୍ତ ବାତିଲ୍ ରହିବ । ଏହାପୂର୍ବରୁ ଚାରି ଯୋଡ଼ା ସ୍ପେଶାଲ ଏକ୍ସପ୍ରେସ ଟ୍ରେନକୁ ବାତିଲ କରିବାକୁ ଘୋଷଣା କରିସାରିଛି ।