ଭୁବନେଶ୍ୱର : ୯୮୮ ପଜିଟିଭ୍ ଓ ୭୭୭ ସୁସ୍ଥ
ଭୁବନେଶ୍ୱର : କିଛି ଦିନ ବ୍ୟବଧାନ ପରେ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ତଳକୁ ଖସିଛି । ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ଶୁକ୍ରବାର ଆଉ ୯୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯୧୬୩ କୁ ବୃଦ୍ଧି ପାଇଛି । ସେଥିରୁ ୧୬୬ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୮୨୨ ଲୋକାଲ୍ କେସ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୭୭୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇଛି ।
ବିଏମସିର ସୂଚନା ଅନୁସାରେ ଲୋକାଲ ଆକ୍ରାନ୍ତଙ୍କ ମଧ୍ୟରୁ ଓଲ୍ଡ ଟାଉନ୍ ରୁ ସର୍ବାଧିକ ୫୧ ଜଣ , ପଟିଆରୁ ୫୦ ଜଣ ଓ ନୟାପଲ୍ଲୀରୁ ୪୯ ଜଣ ରହିଛନ୍ତି । ସେହିପରି ଝାରପଡାରୁ ୩୫, ଡୁମଡୁମାରୁ ୩୩ , ଖଣ୍ଡଗିରିରୁ ୩୧, ସିଆରପି ଅଂଚଳରୁ ୩୧, ଚନ୍ଦ୍ରଶେଖରପୁରରୁ ୨୪ , ରସୁଲଗଡରୁ ୨୩, ମେଂଚଶ୍ୱରରୁ ୨୩ , ବଡଗଡରୁ ୨୧, ଲକ୍ଷ୍ମୀସାଗରରୁ ୨୧ ,ସହୀଦନଗରରୁ ୨୧ ଆକ୍ରାନ୍ତ ରହିଛନ୍ତି । ସେହିପରି ନୟାପଲ୍ଲୀରୁ ୧୫ଜଣ , ଓଲ୍ଡଟାଉନ୍ ରୁ ୧୫ , ବଡଗଡରୁ ୧୨, ଲକ୍ଷ୍ମୀସାଗରରୁ ୧୧, ପଟିଆରୁ ୮ ଲେଖାଏଁ କ୍ୱାରେଂଟାଇନ୍ ରୁ ଚିହ୍ନଟ ହୋଇଛନ୍ତି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯୧୬୩ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୪୭୪୩୫ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୧୧୪୧୮ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୨୮୯ ରହିଛି ।