ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ, ୩ ମୃତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡାଥାନା ଅନ୍ତର୍ଗତ ପାଞ୍ଚଆମ୍ବ ଗ୍ରାମ ନିକଟରେ ଟ୍ରାକ୍ଟର ଦୁର୍ଘଟଣା। ଟ୍ରାକ୍ଟରଟିର ଚକା ଫାଟିଯିବାକୁ ଦୁର୍ଘଟଣା ଘଟି ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବଳେ ବହୁ ଆହତ ହୋଇଛନ୍ତି । ଆହତଙ୍କ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ତୁମ୍ବା ପଞ୍ଚାୟତ ଠଣା ଗାଁର ପ୍ରାୟ ୨୦ ଜଣ ପିଡ଼ିଏସ ଚାଉଳ ରାସନ ଆଣିବା ପାଇଁ ଏକ ଟ୍ରାକ୍ଟରରେ ଯାଇଥିଲେ । ଫେରିଲାବେଳେ ଟ୍ରାକ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୨ଜଣ ମୃତ୍ୟୁବରଣ କରିଥିବା ବେଳେ ୧୦ ଜଣ ଗୁରୁତର ହୋଇଛନ୍ତି । ମୃତକ ଦ୍ୱୟ ହେଲେ ମଙ୍ଗଳା ପ୍ରଧାନ ଓ ସୀତା । ଖବରପାଇ ଘଟଣାସ୍ଥଳରେ ଜରଡା ଥାନା ପୋଲିସ ପହଞ୍ଚି ଆହତ ଓ ଗୁରୁତରଙ୍କୁ ପାତ୍ରପୁର ମେଡ଼ିକାଲକୁ ସ୍ଥାନାନ୍ତର କରିଛି । ସେପଟେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇ ଯାଇଥିବା ସୂଚନା ମିଳିଛି ।