ଗୋପାଳପୁର ଓ ସୋନପୁର ବେଳାଭୂମି ପ୍ରତ୍ୟେକ ଶନିବାର ଓ ରବିବାର ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ
- ବ୍ରହ୍ମପୁରର ରାମଲିଙ୍ଗମ୍ ପାର୍କ ଓ ଛତ୍ରପୁରର ତାମ୍ପରା ହ୍ରଦ ସୋମବାର ବନ୍ଦ
- ମା ତାରାତାରିଣୀଙ୍କ ମନ୍ଦିର ପ୍ରତ୍ୟେକ ବୁଧବାର ବନ୍ଦ
ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ କରୋନା ପ୍ରକୋପ ବୃଦ୍ଧିକୁ ନେଇ ପ୍ରଶାସନ ପକ୍ଷରୁ ନୂତନ କଟକଣା ଜାରୀ କରାଯାଇଛି । ଗୋପାଳପୁର ଓ ସୋନପୁର ବେଳାଭୂମି ପ୍ରତ୍ୟେକ ଶନିବାର ଓ ରବିବାର ଦିନ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ ରହିବ । ବ୍ରହ୍ମପୁରର ରାମଲିଙ୍ଗମ୍ ପାର୍କ ଓ ଛତ୍ରପୁରର ତାମ୍ପରା ହ୍ରଦ ପ୍ରତ୍ୟେକ ସୋମବାର ବନ୍ଦ ରହିବ ।
ସେହିପରି ମା ତାରାତାରିଣୀଙ୍କ ମନ୍ଦିର ପ୍ରତ୍ୟେକ ବୁଧବାର ଦିନ ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ସାନିଟାଇଜେସନ୍ ଓ ପର୍ଯ୍ୟଟନ ସ୍ଥଳି ମାନଙ୍କରେ ଭିଡ଼ କମାଇବା ପାଇଁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡିଛି ।