ଦେଶରେ କୋଭିଡ ଟିକାକରଣ ୯ କୋଟି ୪୩ଲକ୍ଷ ୩୪ ହଜାର ଟପିଲା
ନୂଆଦିଲ୍ଲୀ : ଦେଶରେ କୋଭିଡ ଟିକାକରଣ ୯ କୋଟି ୪୩ଲକ୍ଷ ୩୪ ହଜାର ଟପିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଗତ ୨୪ ଘଣ୍ଟା ମଧ୍ୟରେ ୩୬ ଲକ୍ଷ ୯୧ ହଜାର ୫୧୧ ଲୋକଙ୍କୁ ଟିକା ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ୬୦ ବର୍ଷରୁ ଊର୍ଦ୍ଧ୍ବ ୩ କୋଟି ୩୪ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଥିଲାବେଳେ ୧୩ ଲକ୍ଷ ୫୧ ହଜାରରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି।
ସାରା ଦେଶରେ ଗତ ଜାନୁୟାରୀ ୧୬ ତାରିଖରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଫେବୃୟାରୀ ୨ ତାରିଖରୁ ଆଗ ଧାଡିର କରୋନା ଯୋଦ୍ଧାମାନଙ୍କୁ ଟିକା ଦିଆଯାଇଥିଲା ଏବଂ ମାର୍ଚ୍ଚ ପହିଲାରୁ ପ୍ରତ୍ୟେକ ୬୦ ବର୍ଷରୁ ଊର୍ଦ୍ଧ୍ବ ଓ ବିବିଧ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନଙ୍କୁ ଟିକାଦାନରେ ସାମିଲ କରାଯାଇଥିଲା। ଟିକାଦାନ ପରିସରକୁ ବୃଦ୍ଧି କରିବାକୁ ଯାଇ ଚଳିତମାସ ପହିଲା ତାରିଖରୁ ୪୫ ବର୍ଷ ବୟସର ସମସ୍ତଙ୍କୁ ଟିକା ଦିଆଯାଉଛି।