ବିଗୁଡୁଛି ରାଜ୍ୟର ସ୍ଥିତି : ୧୦,୬୪୯ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ଗୁରୁଵାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୧୦,୬୪୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୯୬୫ ଓ ସ୍ଥାନୀୟ ଅଞ୍ଚଳରୁ ୪୬୮୪ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୭୬ହଜାର ୨୯୭କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୫୫୭ଜଣ ଥିବାବେଳେ ବାଲେଶ୍ୱରରୁ ୫୦୩ଜଣ, ବରଗଡ଼ରୁ ୩୯୧ଜଣ, ଭଦ୍ରକରୁ ୨୧୬ଜଣ, ବଲାଙ୍ଗୀରରୁ ୧୯୮ଜଣ, ବୌଦ୍ଧରୁ ୨୩୨ଜଣ, କଟକରୁ ୯୩୦ଜଣ, ଦେଓଗଡ଼ରୁ ୧୧୨ଜଣ, ଢେଙ୍କାନାଳରୁ ୨୨୦ଜଣ, ଗଜପତିରୁ ୧୦୪ଜଣ, ଗଞ୍ଜାମରୁ ୨୪୫ଜଣ, ଜଗତସିଂହପୁରରୁ ୨୭୮ଜଣ, ଯାଜପୁରରୁ ୩୦୭ଜଣ, ଝାରସୁଗୁଡ଼ାରୁ ୩୬୮ଜଣ, କଳାହାଣ୍ଡିରୁ ୨୬୩ଜଣ, କନ୍ଧମାଳରୁ ୬୯ଜଣ, କେନ୍ଦ୍ରାପଡ଼ାରୁ ୧୮୫ଜଣ, କେନ୍ଦୁଝରରୁ ୧୭୫ଜଣ, ଖୋର୍ଦ୍ଧାରୁ ୧୫୫୭ଜଣ, କୋରାପୁଟରୁ ୧୬୪ଜଣ, ମାଲକାନଗିରିରୁ ୪୮ଜଣ, ମୟୁରଭଞ୍ଜରୁ ୪୦୪ଜଣ, ନବରଙ୍ଗପୁରରୁ ୨୦୭ଜଣ, ନୟାଗଡ଼ରୁ ୩୫୭ଜଣ, ନୂଆପଡ଼ାରୁ ୩୩୧ଜଣ, ପୁରୀରୁ ୩୩୫ଜଣ, ରାୟଗଡ଼ାରୁ ୧୬୩ଜଣ, ସମ୍ବଲପୁରରୁ ୪୯୪ଜଣ, ସୋନପୁରରୁ ୧୯୫ଜଣ, ସୁନ୍ଦରଗଡ଼ରୁ ୭୭୪ଜଣ ଏବଂ ରାଜ୍ୟ ପୁଲ୍ରୁ ୨୬୭ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୫,୭୬,୨୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪,୭୩,୬୮୦ଜଣ ସୁସ୍ଥ ହୋଇଥିବା ବେଳେ ୧,୦୦,୩୧୩ ଜଣ ସକ୍ରିୟ ମାମଲା ରହିଛି ।