ଦେଶରେ ମୋଟ ଟିକାକରଣ ୧୨.୩୮ କୋଟିକୁ ଅତିକ୍ରମ କରିଛି
- ନୂଆ କରୋନା ମାମଲାରୁ ୭୯% ମାମଲା ଆସିଛି ୧୦ ରାଜ୍ୟରୁ ଜାତୀୟ ମୃତ୍ୟୁହାର ପୁନର୍ବାର ୧.୧୯%କୁ ଖସିଲା
ନୂଆଦିଲ୍ଲୀ : ବିଶ୍ୱର ବୃହତମ କରୋନା ଟିକାକରଣ ଅଭିଯାନ କ୍ରମରେ ଭାରତରେ କୋଭିଡ-୧୯ ଟିକାକରଣ ୧୨.୩୮ କୋଟିକୁ ଅତିକ୍ରମ କରିପାରିଛି । ସୋମବାର ସକାଳ ୭ଟା ସୁଦ୍ଧା ୧୮,୩୭,୩୭୩ ସେସନରେ ମୋଟ ୧୨,୩୮,୫୨,୫୬୬ ଡୋଜ୍ କରୋନା ଟିକା ହିତାଧିକାରୀଙ୍କୁ ଦିଆଯାଇଛି । ଏହା ମଧ୍ୟରେ ରହିଛି, ୯୧,୩୬,୧୩୪ ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୭,୩୨,୩୯୬ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍?, ୧,୧୨,୬୩,୯୦୯ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍?, ୫୫,୩୨,୩୯୬ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍?, ୬୦ ବର୍ଷରୁ ଅଧିକ ବୟସର ୪,୫୯,୦୫,୨୬୫୧ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍?, ୪୦,୯୦,୩୮୮୨ ଜଣଙ୍କୁ ଦ୍ୱିତୀୟ ଡୋଜ୍?, ୪୫ ବର୍ଷରୁ ୬୦ ବର୍ଷ ବୟସ ମଧ୍ୟରେ ୪,୧୦,୬୬,୪୬୨ ଜଣଙ୍କୁ ପ୍ରଥମ ଡୋଜ୍ ଓ ୧୧,୩୭,୯୬୪ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧୨ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ଟିକାକରଣ ଅଭିଯାନର ୯୩ ତମ ଦିବସ (୧୮ ଏପ୍ରିଲ ୨୦୨୧)ରେ ୧୨,୩୦,୦୦୭ ଡୋଜ୍ ଟିକା ଦିଆଯାଇଛି । ୨୧,୯୦୫ ସେସନରେ ୯,୪୦,୭୨୫ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୨,୮୯,୨୮୨ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ଭାରତରେ କ୍ରମାଗତ ଦୈନିକ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୨,୭୩,୮୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ଗୁଜରାଟ ଏବଂ ରାଜସ୍ଥାନ ଆଦି ଦଶଟି ରାଜ୍ୟରେ ଦେଶର ନୂଆ କରୋନା ମାମଲାର ୭୮.୫୮% ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୬୮,୬୩୧ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଏହା ପଛକୁ ଉତ୍ତର ପ୍ରଦେଶରେ ୩୦,୫୬୬ ଏବଂ ଦିଲ୍ଲୀରେ ୨୫,୪୬୨ ମାମଲା ଚିହ୍ନଟ ହୋଇଛି । ଦେଶରେ ମୋଟ ସକ୍ରିୟ କରୋନା ମାମଲା ଏବେ ୧୯,୨୯,୩୨୯ ରହିଛି । ଏହା ଦେଶର ମୋଟ ପଜିଟିଭ୍ ମାମଲାର ୧୨.୮୧% । ଗତ ୨୪ ଘଂଟା ମଧ୍ୟରେ ଦେଶରେ ସକ୍ରିୟ କରୋନା ମାମଲାରେ ସିଧାସଳଖ ୧,୨୮,୦୧୩ ମାମଲା ବୃଦ୍ଧି ହୋଇଛି । ଭାରତରେ ମୋଟ ସୁସ୍ଥଙ୍କ ସଂଖ୍ୟା ଏବେ ୧,୨୯,୫୩,୮୨୧ରେ ପହଂଚିଛି । ଜାତୀୟ ସୁସ୍ଥତା ହାର ଏବେ ୮୬.୦୦% ରହିଛି । ଗତ ୨୪ ଘଂଟା ମଧ୍ୟରେ ୧,୪୪,୧୭୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ ଜାତୀୟ ମୃତ୍ୟୁ ହାର ଏବେ ହ୍ରାସ ପାଇ ୧.୧୯% ହୋଇଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧୬୧୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ନୂଆ ମୃତ୍ୟୁ ମଧ୍ୟରୁ ୮୫.୧୧% ମୃତ୍ୟୁ ହୋଇଛି ୧୦ଟି ରାଜ୍ୟରେ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ୫୦୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଛତିଶଗଡ଼ରେ ୧୭୦ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଂଟା ମଧ୍ୟରେ ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ କୌଣସି କୋଭିଡ-୧୯ ମୃତ୍ୟୁ ହୋଇନାହିଁ । ଏସବୁ ହେଲା ଲଦାଖ (କେନ୍ଦ୍ରଶାସିତ ଅଂଚଳ), ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ତ୍ରିପୁରା, ସିକିମ, ମିଜୋରାମ, ମଣିପୁର, ଲାକ୍ଷାଦ୍ୱୀପ, ନାଗାଲାଣ୍ଡ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ (ପିଏମଜିକେପି) ୨୦୨୦ ମାର୍ଚ୍ଚରେ ଘୋଷଣା କରାଯାଇଥିଲା । ଏହାର ମିଆଦକୁ ତିନି ଥରରେ ୨୦୨୧ ଏପ୍ରିଲ ୨୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କୋଭିଡ-୧୯ ବିରୋଧରେ ଲଢ଼େଇ କରୁଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କ ସକାଶେ ସୁରକ୍ଷା କବଚ ଭାବେ ଏହା ଘୋଷଣା କରାଯାଇଥିଲା । କୋଭିଡ-୧୯ ଯୋଗୁ କୌଣସି ଖରାପ ସ୍ଥିତି ଉତ୍ପନ୍ନ ହେଲେ ସେମାନଙ୍କ ପରିବାରର ସହାୟତା ସକାଶେ ଏହା ଥିଲା । ପିଏମକେଜିପି ଯୋଜନାରେ ୫୦ ଲକ୍ଷ ଟଙ୍କର ବୀମା ରାଶି ପ୍ରଦାନ କରାଯାଉଛି । କୋଭିଡ-୧୯ରେ ପ୍ରାଣ ହରାଇଥିବା କରୋନା ଯୋଦ୍ଧା ମାନଙ୍କ ପରିବାର ପାଇଁ ଏହା ବେଶ୍ ସହାୟକ ହୋଇଛି । ଏ ପର୍ଯ୍ୟନ୍ତ ବୀମା କମ୍ପାନୀମାନଙ୍କ ଦ୍ୱାରା ୨୮୭ ଟି ବୀମା ରାଶି ପ୍ରଦାନ କରିଛନ୍ତି । କୋଭିଡ-୧୯ ବିରୋଧରେ ଲଢ଼େଇ ସକାଶେ ଏହା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମାନସିକ ଭାବେ ପ୍ରୋତ୍ସାହିତ କରିପାରିଛି । ୨୦୨୧ ଏପ୍ରିଲ ୨୪ ତାରିଖ ପର୍ଯ୍ୟନ୍ତ କୋଭିଡ ଯୋଦ୍ଧାଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ (ପିଏମକେଜିପି) ବୀମା ପଲିସି ଦାବି ମୁତାବକ ରାଶି ପ୍ର୍ରଦାନ କରାଯିବ । ଏହାପରେ କୋଭିଡ ଯୋଦ୍ଧାମାନଙ୍କ ପାଇଁ ଏକ ନୂଆ ବୀମା ପଲିସି କାର୍ଯ୍ୟକାରୀ ହେବ ।