ଆଜିର ଭାଗ୍ୟଫଳ (ମଙ୍ଗଳବାର, ୨୦/୪/୨୦୨୧)
ମେଷ: ଘାତବାର ଓ ତୃତୀୟ ଚନ୍ଦ୍ର ହେତୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ । ମନ ବିଷାଦଗ୍ରସ୍ତ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ସଫଳତା ଓ ନୂତନ କର୍ମାରମ୍ଭର ଯୋଜନା କରିବେ । ପରିବାରରେ ସୁଖ, ଶାନ୍ତି ଓ ଭାଇଭଉଣୀଙ୍କ ପ୍ରତି ଶ୍ରଦ୍ଧାଭାବ ଜାଗ୍ରତ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଧ୍ୟାନ ଦେବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ । ଶୁଭରଙ୍ଗ-ଗୋଲାପୀ, ଶୁଭସଂଖ୍ୟା-୩, ଆରାଧନା-ପ୍ରଭୁ କାର୍ତ୍ତିକେୟ ।
ବୃଷ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ ଓ ଅନ୍ୟକୁ ଦେଇଥିବା ଧନ ଫେରି ପାଇବାର ସମ୍ଭାବନା ରହିଛି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । ଦ୍ୱିତୀୟ ଚନ୍ଦ୍ର ହେତୁ ମନରେ ସାମାନ୍ୟ ଅସ୍ଥିରତା ଦେଖାଦେଇପାରେ । ଧନର ସଦ୍ ବିନିଯୋଗ ଓ ଉନ୍ନତିମୂଳକ କର୍ମରେ ବିନିଯୋଗ କରିବେ । ନୂତନ ଗୃହ ନିର୍ମାଣ କିମ୍ବା ଭୂମିକ୍ରୟ କରିବାର ଯୋଜନା କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଆଳସ୍ୟତା କରିବେ । ମହିଳାମାନେ ଧନ ସଞ୍ଚୟ କରିବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୨, ଆରାଧନା-ମା’ କମଳା ।
ମିଥୁନ: ସ୍ୱଜନ, ପ୍ରିୟଜନ, ବନ୍ଧୁ ଓ ପଡ଼ୋଶୀଙ୍କ ସହ ସୁସମ୍ପର୍କ ଏବଂ ମନ ପ୍ରଫୁଲ୍ଲ ରହିବ । ମାନସିକ, ପାରିବାରିକ ଶାନ୍ତି ଓ ସ୍ୱାସ୍ଥ୍ୟ ଉତ୍ତମ ରହିବ । ସମସ୍ତ •ପରୁ ଆଜି ମୁକ୍ତ ହେବେ ଓ ମନ ହାଲୁକା ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଓ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ମଉଜ, ମଜଲିସ ଓ ହସଖୁସିରେ ପରିବାର ସହିତ ଆଜି ଦିନଟି କାଟିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଆମୋଦପ୍ରମୋଦରେ ମନ ଦେବେ । ମହିଳାମାନଙ୍କର ସୁଖ, ସୌଭାଗ୍ୟ ବୃଦ୍ଧି ହେବ । ଶୁଭରଙ୍ଗ-ମେରୁନ୍, ଶୁଭସଂଖ୍ୟା-୪, ଆରାଧନା-ମା’ ଭୈରବୀ ।
କର୍କଟ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ଅଯଥା ଖର୍ଚ୍ଚାନ୍ତରେ ପଡ଼ିବେ । ମନରେ ଅସ୍ଥିରତା ଭାବ ଓ ହତୋତ୍ସାହ ଭାବ ପ୍ରକାଶ ପାଇବ । ଉଚିତ କର୍ମ ଛାଡ଼ି ଅନୁଚିତ କର୍ମକୁ ଆଗ୍ରହ କରିବେ । ଠିକ୍ ନିଷ୍ପତ୍ତି ନେବା ବଦଳରେ ଭୁଲ ନିଷ୍ପତ୍ତି ନେବେ ଏବଂ ପରିବାର ଖର୍ଚ୍ଚଭାରରେ ଅତିଷ୍ଠ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବଦଖର୍ଚ୍ଚି ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୧, ଆରାଧନା-ମା’ ସମଲେଶ୍ୱରୀ ।
ସିଂହ : ଏକାଦଶ ଚନ୍ଦ୍ର ହେତୁ ସମସ୍ତ କର୍ମରେ ସଫଳତା ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଏବଂ ବ୍ୟବସାୟ ସମ୍ପ୍ରସାରଣ କିମ୍ବା ନୂତନ ବ୍ୟବସାୟ ପାଇଁ ଚିନ୍ତା କରିବେ । ନୂତନ ଗୃହ ନିର୍ମାଣ କିମ୍ବା ଭୂମିକ୍ରୟ କରିବା ପାଇଁ ଉଦ୍ୟମ ଜାରି ରଖିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ମନୋନିବେଶ କରିବେ । ମହିଳାମାନେ ଆତ୍ମନିର୍ଭରଶୀଳ ହେବା ପାଇଁ ଉଦ୍ୟମ କରିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୬, ଆରାଧନା-ପ୍ରଭୁ ଶ୍ରୀଜଗନ୍ନାଥ ।
କନ୍ୟା: ଘାତଚନ୍ଦ୍ର ହେତୁ ସମସ୍ତ କର୍ମରେ ବାଧାବିଘ୍ନ ଓ କର୍ମ ପ୍ରତି ଅନାଗ୍ରହ ଏବଂ ଆଳସ୍ୟତା ଭାବ ଜାଗ୍ରତ ହେବ । ଉଚିତ୍ କର୍ମ ଛାଡ଼ି ଅନୁଚିତ କର୍ମ ପ୍ରତି ଆଗ୍ରହ ଜନ୍ମିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ଆୟର ଅଧାଭାଗ ବଦ୍ଖର୍ଚ୍ଚରେ ଯିବ । ପରିବାରରେ ଅଶାନ୍ତି ଓ ସ୍ୱାସ୍ଥ୍ୟ ବିଗିଡ଼ି ଯାଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଅବହେଳା କରିବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୬, ଆରାଧନା-ମା’ ଷୋଡ଼ଶୀ ।
ତୁଳା : ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଓ ସୁଖ୍ୟାତି ବଢ଼ିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ରାଜନୈତିକ ବ୍ୟକ୍ତିଙ୍କ ପାଇଁ ଦିନଟି ବହୁତ ଭଲ ରହିବ । ପିତାମାତା, ଗୁରୁଜନଙ୍କ କୃପା ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଲାଭ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଯଶସ୍ୱୀ ହେବେ । ମହିଳାମାନେ ସୌଭାଗ୍ୟବତୀ ହେବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୨, ଆରାଧନା-ମା’ ଗାୟତ୍ରୀ ।
ବିଛା : ଅଷ୍ଟମ ଚନ୍ଦ୍ର ହେତୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ବିବାଦ ଓ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ଆୟର ସିଂହଭାଗ ବଦ୍ଖର୍ଚ୍ଚରେ ଯିବ । ମନରେ ନକାରାତ୍ମକ ଭାବନା, ଦୁଶ୍ଚିନ୍ତା ଓ ବିରକ୍ତିଭାବ ପ୍ରକାଶ ପାଇବ । ଯେଉଁମାନଙ୍କର ଜ୍ୟେଷ୍ଠା ବିଛା ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା-ମା’ ଚଣ୍ଡୀ ।
ଧନୁ: ସ୍ତ୍ରୀସୌଖ୍ୟ ଓ ସ୍ତ୍ରୀହେତୁକ ଧନପ୍ରାପ୍ତିର ଯୋଗ ରହିଛି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ଅଭିବୃଦ୍ଧି ଘଟିବ । ପରିବାରରେ ସୁଖଶାନ୍ତି ଓ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ସହଧର୍ମିଣୀଙ୍କ ସହ ମଧୁର ସମ୍ପର୍କ ଓ ମନ ପ୍ରଫୁଲ୍ଲ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀଅନୁରକ୍ତା ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୫, ଆରାଧନା- ପ୍ରଭୁ ଗଜାନନ ।
ମକର: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଯେକୌଣସି କାମ ହାତକୁ ନେଲେ ସେଥିରେ ଶତ ପ୍ରତିଶତ ସଫଳତା ହାସଲ କରିବେ । ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ । ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ ଓ ଋଣମୁକ୍ତ ହେବାର ପ୍ରୟାସ ଜାରି ରଖିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଉଚ୍ଚମନା ହେବେ । ମହିଳାମାନେ ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ । ଶୁଭରଙ୍ଗ-ଧୂସର, ଶୁଭସଂଖ୍ୟା-୩, ଆରାଧନା-ମା’ ଭୈରବୀ ।
କୁମ୍ଭ: ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ବିଦ୍ୟା, ବୁଦ୍ଧି, ଜ୍ଞାନ ଓ ଦୂରଦୃଷ୍ଟି ସମ୍ପନ୍ନ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ନୂତନ ବିଦ୍ୟା ସଂଗ୍ରହ କରିବାରେ ଆଗ୍ରହ ଜାତ ହେବ । ସନ୍ତାନମାନେ ଆଜ୍ଞାଧୀନ ଓ ପିତାମାତାଙ୍କ କୃପାଲାଭ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ଅଧ୍ୟବସାୟ ଜାରି ରଖିବେ । ମହିଳାମାନେ ସନ୍ତାନବତ୍ସଳା ହେବେ । ଶୁଭରଙ୍ଗ-ମାଟିଆ, ଶୁଭସଂଖ୍ୟା-୧୧, ଆରାଧନା-ମା’ ବିମଳା ।
ମୀନ: ସ୍ୱଜନ, ପ୍ରିୟଜନ ଓ ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା, ପରିବାରରେ ବିବାଦ, ଯାନବାହନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବ । ବାଣିଜ୍ୟ, ବ୍ୟବସାୟରେ ମଧ୍ୟମ ଆୟ ଓ ପରିବହନରେ କ୍ଷତି ପହଞ୍ଚିବ । ମନ ଅସ୍ଥିର ରହିବ ଓ ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯିବ । ଯେଉଁମାନଙ୍କର ରେବତୀ ମୀନ ସେମାନେ ଦୁର୍ଘଟଣା, ଆର୍ଥିକ କାରବାର ଓ ବିବାଦ ପ୍ରତି ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ବୁଲାବୁଲିରେ ମନ ବଳାଇବେ । ମହିଳାମାନେ ପରିବାରରେ କଳହ ସୃଷ୍ଟି କରିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା-ମା’ ତାରା ।