ଜଣେ ଶିକାରୀ ଗିରଫ, ୩ ଫେରାର
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା କୁଲଡିହା ଅଭୟାରଣ୍ୟରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ବଢିଚାଲିଛି । ଫଳରେ ଅଭୟାରଣ୍ୟରେ ଥିବା ବନ୍ୟଜନ୍ତୁ ସଂକଟରେ ପଡୁଛନ୍ତି । ଏହାରି ମଧ୍ୟରେ ଜଣେ ଶିକାରୀ ଗିରଫ ହୋଇଥିବା ବେଳେ ୩ଜଣ ଫେରାର ହୋଇଯାଇଛନ୍ତି । ସେହିପରି ଗିରଫ ଶିକାରୀଙ୍କ ଠାରୁ ଅନେକ ମାରଣାସ୍ତ୍ର ଜବତ କରିଛି ବନବିଭାଗ ।
ସୂଚନା ଯେ, ଅଭୟାରଣ୍ୟରେ ଅଖଣ୍ଡ ଶିକାର ପାଇଁ ବନବିଭାଗ ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡ଼ା କରାଯାଇଛି । ରବିବାର ଦିନ ବନବିଭାଗ ଓ ସବୁଜ ବାହିନୀ ପକ୍ଷରୁ ପାଟ୍ରୋଲିଂ ଚାଲୁଥିବା ବେଳେ କିଛି ଲୋକ କଟକଣା ଯୁକ୍ତ ଅଞ୍ଚଳରେ ପ୍ରବେଶ କରିଥିଲେ । ଖବର ପାଇ ବନବିଭାଗ ସଂପୃକ୍ତ ଅଞ୍ଚଳରେ ଚଢାଉ କରିଥିଲା । ଚଢାଉରେ ଜଣେ ଶିକାରୀଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ୩ଜଣ ଫେରାର ହେବାରେ ସକ୍ଷମ ହୋଇଯାଇଥିଲେ । ଗିରଫ ଶିକାରୀ ଜଣକ ହେଲେ ଢୋଲପୁରର ଗଣପତି ସିଂ (୫୦)ଙ୍କ ନିକଟରେ ଅନେକ ମାରଣସ୍ତ୍ର ଜବତ କରିଛି । ଏନେଇ କୁଲଡ଼ିହା ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଶିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି ।