କ୍ଷତ ବିକ୍ଷତ ଅବସ୍ଥାରେ ଏକ ବିରାଟକାୟ ହରିଣ ଉଦ୍ଧାର
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟରୁ ସୀମାନ୍ତରୁ ଏକ ବିରାଟକାୟ ହରିଣ ଉଦ୍ଧାର । ହରିଣଟି କ୍ଷତ ବିକ୍ଷତ ହୋଇଥିବାବେଳେ ତାର ଓଜନ ଏକ କୁଇଣ୍ଟାଲରୁ ଅଧିକ ହେବ । ଆହତ ହରିଣଟିକୁ ସୁସ୍ଥ ପରେ ଅଭୟାରଣ୍ୟରେ ଛାଡିଦିଆଯିବ ବୋଲି କୁହାଯାଇଛି ।
ସୋମବାର ସକାଳେ ହରିଣଟି ଋଷିଆ ଅଞ୍ଚଳରେ ଦୌଡ଼ି ଆସି ପାଖ ଝରଣା ପାଣିକୁ ପଶିଯାଇଥିଲା । ହରିଣଟିର ପେଟ ପାଖରେ ଏକ ଗଭୀର କ୍ଷତ ଲାଗିଥିବା ଦେଖାଯାଇଛି। ଏନେଇ କୌଣସି ଶିକାରୀ ହରିଣଟିକୁ ତୀର ମାରି କ୍ଷତ କରି ପକାଇଥିବା ଅନୁମାନ କରାଯାଉଛି । ତେବେ କୂଳଡିହା ରେଞ୍ଜର ଗାଉଁଲି କୁକୁର ଆକ୍ରମଣରୁ ହରିଣଟି ଖସି ଆସିବା ପରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିବା କହିଛନ୍ତି।