ପୁଣି ବଢ଼ିଲା ତେଲ ଦର
![](https://thetruths.in/wp-content/uploads/2021/07/Petrol-Disel-Price-Hike-Again-1.jpg)
- ପେଟ୍ରୋଲ ଦର ୩୫ ପଇସା ଓ ଡିଜେଲ ଦର ଲିଟର ପିଛା ୨୬ ପଇସା ବୃଦ୍ଧି
ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ନୂଆ ନୂଆ ରେକର୍ଡ ସ୍ତରକୁ ଉଠୁଛି ତୈଳ ଦର । ଘରୋଇ ବଜାରରେ ସରକାରୀ ତୈଳ କମ୍ପାନୀମାନେ ଶନିବାର ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦାମ ବୃଦ୍ଧି କରିଛନ୍ତି । ରାଜଧାନୀ ଦିଲ୍ଲୀରେ ଶନିବାର ପେଟ୍ରୋଲ ଦର ୩୫ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ଲିଟର ପିଛା ବୃଦ୍ଧି ପାଇଛି ୨୬ ପଇସା । ଶନିବାର ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୦.୯୧ ଟଙ୍କା ରହିଥିବା ବେଳେ ଡିଜେଲ ରହିଛି ୮୯.୮୮ ଟଙ୍କା ।
ସେହିଭଳି ମୁମ୍ବାଇରେ ଶନିବାର ପେଟ୍ରୋଲ ୧୦୬.୯୩ ଟଙ୍କା ରହିଥିବା ବେଳେ ଡିଜେଲ ଦର ରହିଛି ୯୭.୪୬ ଟଙ୍କା । ମୁମ୍ବାଇରେ ପେଟ୍ରୋଲ ୧୦୯.୨୪ ଏବଂ ଡିଜେଲ ୯୮.୬୭ ଟଙ୍କା ରହିଥିବା ବେଳେ କୋଲକାତାରେ ଦର ରହିଛି ଯଥାକ୍ରମେ ୧୦୧.୦୧ ଟଙ୍କା ଏବଂ ୯୨.୯୭ ଟଙ୍କା ରହିଛି । ଗତକାଲି ଅର୍ଥାତ ଶୁକ୍ରବାର ତେଲ ଦର ସ୍ଥିର ରହିବା ପରେ ଆଜି ପୁଣି ଥରେ ଏହା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଦେଶରେ ଅନେକ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ୧୦୦ ଟଙ୍କା ପାର କରିଛି । ସେହିପରି ଭୁବନେଶ୍ୱରରେ ମଧ୍ୟ ଶନିବାର ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି । ଭୁବନେଶ୍ବରରେ ପେଟ୍ରୋଲ ୩୫ ପଇସା ବୃଦ୍ଧିପାଇ ୧୦୧.୭୨ ଟଙ୍କା ପ୍ରତି ଲିଟର ରହିଥିବା ବେଳେ ଡିଜେଲ ଦର ୨୮ ପଇସା ବୃଦ୍ଧି ପାଇ ୯୭.୯୫ ଟଙ୍କା ପ୍ରତି ଲିଟର ହୋଇଛି । ଗତକାଲି ଅର୍ଥାତ ଶୁକ୍ରବାର ତୈଳ ଦର ସ୍ଥିର ରହିଥିବା ବେଳେ ପ୍ରତି ଦିନେ କିମ୍ବା ୨ ଦିନରେ ବୃଦ୍ଧି ପାଉଛି ।