ବିଶ୍ୱରେ ଆଉ ୪ଲକ୍ଷ ୮୪ହଜାର ୬୬ ସଂକ୍ରମିତ ଓ ୮,୧୫୭ ମୃତ
![](https://thetruths.in/wp-content/uploads/2021/07/World-Corona-Status-3.jpg)
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୬୮ଲକ୍ଷ ୧୧ହଜାର ୧୨୩ ଓ ମୃତ୍ୟୁ ସଂଖ୍ୟା ୪୦ଲକ୍ଷ ୩୪ହଜାର ୬୯୩କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ଶନିବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୮୪ ହଜାର ୬୬ଜଣ ସଂକ୍ରମିତ ହୋଇଥିବାବେଳେ ୮ହଜାର ୧୫୭ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୬୮ଲକ୍ଷ ୧୧ହଜାର ୧୨୩ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦ଲକ୍ଷ ୩୪ହଜାର ୬୯୩ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୭କୋଟି ୮ଲକ୍ଷ ୭୦ହଜାର ୩୪ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୧୯ଲକ୍ଷ ୬ହଜାର ୩୯୬ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୭ଲକ୍ଷ ୧୦ହଜାର ୧୮୪ ସଂକ୍ରମିତ ଓ ୬ଲକ୍ଷ ୨୨ହଜାର ୬୯୦ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୯୦ ଲକ୍ଷ ୨୦ହଜାର ୪୯୯ ସଂକ୍ରମିତ ଓ ୫ଲକ୍ଷ ୩୧ ହଜାର ୭୭୭ମୃତ, ଫ୍ରାନ୍ସରେ ୫୮ ଲକ୍ଷ ୩ ହଜାର ୬୮୭ ସଂକ୍ରମିତ, ଓ ୧ ଲକ୍ଷ ୧୧ ହଜାର ୩୦୨ ମୃତ, ଋଷିଆରେ ୫୭ ଲକ୍ଷ ୩୩ ହଜାର ୨୧୮ ସଂକ୍ରମିତ ଓ ୧ଲକ୍ଷ ୪୧ ହଜାର ୫୦୧ ମୃତ, ତୁର୍କୀରେ ୫୪ ଲକ୍ଷ ୭୦ ହଜାର ୭୬୪ ସଂକ୍ରମିତ ଓ ୫୦ ହଜାର ୧୫୫ ମୃତ, ୟୁକେରେ ୫୦ ଲକ୍ଷ ୫୮ ହଜାର ୯୩ ସଂକ୍ରମିତ ଓ ୧ ଲକ୍ଷ ୨୮ ହଜାର ୩୬୫ ମୃତ, ଆର୍ଜେଣ୍ଟିନାରେ ୪୬ ଲକ୍ଷ ୨୭ ହଜାର ୫୩୭ ସଂକ୍ରମିତ ଓ ୯୮ ହଜାର ୧୪୮ମୃତ, କଲୋମ୍ବିଆରେ ୪୪ ଲକ୍ଷ ୭୧ ହଜାର ୬୨୨ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୭୩୧ମୃତ, ଇଟାଲିରେ ୪୨ ଲକ୍ଷ ୬୮ ହଜାର ୪୯୧ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୭୫୬ମୃତ, ସ୍ପେନରେ ୩୯ ଲକ୍ଷ ୩୭ ହଜାର ୧୯୨ ସଂକ୍ରମିତ ଓ ୮୧ ହଜାର ୩ ମୃତ ରହିଛନ୍ତି ।