ଆଜି ୧୦ ଜିଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର : ରାଜ୍ୟରେ ଟିକାର ଅଭାବ। ଫଳରେ ଶନିବାର ୧୦ ଜିଲାରେ ବନ୍ଦ ରହିବ ଟିକାକରଣ । ଟିକା ଅଭାବ ପାଇଁ ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ନୟାଗଡ, ନୂଆପଡା ଓ ସୋନପୁରରେ ଟିକାକରଣ ବନ୍ଦ ରହିବ । ଏହି ଜିଲାଗୁଡିକରେ ଟିକାକରଣ ବନ୍ଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି ।
ସୂଚନା ଯେ, ରାଜ୍ୟରେ ଏବେ ମାତ୍ର ୫୯ହଜାର ୯୨୦ ଡୋଜ୍ କୋଭିସିଲ୍ଡ ଟିକା ମହଜୁଦ ରହିଛି । ରାଜ୍ୟକୁ ଏକ ଲକ୍ଷ ଡୋଜ୍ ରୁ ଅଧିକ କୋଭାକ୍ସିନ୍ ଆସି ପହଞ୍ଚିଛି। ଏବେ ରାଜ୍ୟରେ ୩ଲକ୍ଷ ୯୩ହଜାର କୋଭାକ୍ସିନ୍ ଷ୍ଟକ୍ ରହିଛି । ଜୁଲାଇ ମାସର କୋଟା ଅନୁସାରେ ରାଜ୍ୟକୁ ୨୫ ଲକ୍ଷ ୩୧ ହଜାର ୮୦୦ ଡୋଜ୍ କୋଭିସିଲ୍ଡ ଏବଂ ୫ ଲକ୍ଷ ୧୯ ହଜାର ୧୧୦ ଡୋଜ୍ କୋଭକ୍ସିନ୍ ଟିକା ମିଳିବ ।