ବାଲେଶ୍ୱର : ରାଜପଥରୁ ନାବାଳିକା ଉଦ୍ଧାର
ବାଲେଶ୍ୱର : ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ସୁନ୍ଦରହତା ଗାଁ ନିକଟରୁ ରବିବାର ଜଣେ ୧୪ ବର୍ଷୀୟା ନାବାଳିକାକୁ ଉଦ୍ଧାର କରାଯାଇଛି । ଉଦ୍ଧାର ନାବାଳୂିକାକୁ ଜିଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି । ନାବାଳିକାଙ୍କ ଘର ଅନୁଗୁଳ ଜିଲାର ବୋଲି ଜଣାପଡ଼ିଛି । ତେବେ କୋଭିଡ୍ କଟକଣା ସମୟରେ ସେ କେଉଁ ପରିସ୍ଥିତିରେ ଏଠାରେ ପହଞ୍ôଚଲା ତଦନ୍ତ ଜାରି ରହିଛି । ସୁନ୍ଦରହତା ଗ୍ରାମର ଚକ୍ରଧର ଦଳାଇ ଉକ୍ତ ନାବାଳିକାକୁ ରାଜପଥରେ ବୁଲୁଥିବା ଦେଖି ବାଲେଶ୍ୱର ଚାଇଲ୍ଡ ଲାଇନ୍ ଓ ବସ୍ତା ଥାନାକୁ ଖବର ଦେଇଥିଲେ । ବାଲେଶ୍ୱର ଚାଇଲ୍ଡଲାଇନ୍ର ଯୁଗ୍ମ ନିର୍ଦ୍ଦେଶକ ପ୍ରଶାନ୍ତ ରାଉତଙ୍କ ପରାମର୍ଶ କ୍ରମେ ନାବାଳିକାଙ୍କୁ ନେଇ ଥାନାରେ ହାଜର କରାଯାଇଥିଲା । ଚାଇଲ୍ଡ ଳାଇନ୍ କର୍ମକର୍ତ୍ତା ପହଞ୍ôଚ ଉଦ୍ଧାର ନାବାଳିକାଙ୍କୁ ଆଣି ଶିଶୁମଙ୍ଗଳ କମିଟିକୁ ହସ୍ତାନ୍ତର କରିଛନ୍ତି ।