ବାଲେଶ୍ୱର : ବାତ୍ୟା ‘ୟାସ’ ପାଇଁ ସମୁଦ୍ର କୂଳିଆ ଲୋକଙ୍କୁ ସଚେତନ କଲେ ବିଜେପି ଯୁବନେତା ମାନସ ଦତ୍ତ
- କରୋନା କାଳରେ ବାତ୍ୟା ପାଇଁ ସରକାରଙ୍କୁ ଅଧିକ ସମ୍ବେଦନଶୀଳ ହେବାକୁ ଅନୁରୋଧ
- ବାତ୍ୟା ଯୋଗୁଁ କରୋନା ରୋଗୀଙ୍କ ଚିକିତ୍ସା ବାଧାପ୍ରାପ୍ତ ନହେଉ
ବାଲେଶ୍ୱର : ସାରା ଓଡିଶା ମହାମାରୀ କରୋନା ସହ ଲଢୁଥିବା ବେଳେ ପୁଣିଥରେ ଓଡିଶାବାସୀ ଏକ ବାତ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି । ଭାରତୀୟ ପାଣିପାଗ ସୂଚନା ଅନୁଯାୟୀ ବାତ୍ୟା ‘ୟାସ\’ ଆସନ୍ତା ୨୬ ତାରିଖ ସନ୍ଧ୍ୟାରେ ଉତ୍ତର ଓଡିଶା ଉପକୂଳ ଦେଇ ଗତି କରିବ । ବାତ୍ୟା ୟଶ୍ ପ୍ରଭାବରେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ୧୪ରୁ ଉର୍ଦ୍ଧ୍ୱ ପଞ୍ଚାୟତ ଅତି ଗୁରୁତର ଭାବେ ପ୍ରଭାବିତ ହୋଇପାରେ । ଚାନ୍ଦିପୁର, ସାର୍ଥା, କଷାଫଳ, ପରିଖୀ, ଆଳୁମେଦା, ପାଞ୍ଚପଡା, ବାହାବଳପୁର, ଦୁବଲାଗଡି, ଗୋପୀନାଥପୁର, ସିନ୍ଧିଆ, ବଇଁଚା, ରସଲପୁର, ଶ୍ରୀରାମପୁର, ନଗ୍ରମ, ଓଲନ୍ଦା, ବୁଆଁଳ, ଶ୍ରୀକୋଣା ଓ ପାତ୍ରପଡା ପ୍ରଭୃତି ପଞ୍ଚାୟତ ଗୁଡିକ ବିଶେଷ ଭାବେ ପ୍ରଭାବିତ ହେବେ । ଏହାକୁୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀର ନେତା ଶ୍ରୀ ମାନସ କୁମାର ଦତ୍ତ ଆଜି ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମୁଦ୍ର ତଟବର୍ତ୍ତୀ ସାର୍ଥା, କଷାଫଳ, ଆଳୁମେଦା ପ୍ରଭୃତି ପଞ୍ଚାୟତ ଯାଇ ଆସନ୍ନ ବତ୍ୟାର ସରକାରୀ ପ୍ରସ୍ତୁତିକୁ ବୁଲି ଦେଖିବା ସହ ବାତ୍ୟାର ମୁକାବିଲା ପାଇଁ ବିଜେପିର ପ୍ରତ୍ୟେକଟି କାର୍ଯକର୍ତ୍ତାଙ୍କୁ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି ।
ବାତ୍ୟା ଆଶ୍ରୟସ୍ଥଳୀ ସମେତ ସମସ୍ତ ସୁରକ୍ଷିତ ସ୍ଥାନକୁ ପ୍ରଭାବିତ ଲୋକଙ୍କ ପାଇଁ ଉଦ୍ଦିଷ୍ଟ କରିବା, ବାତ୍ୟାର ବହୁ ପୂର୍ବରୁ ଲୋକଙ୍କୁ ସ୍ଥାନାନ୍ତର କରିବା ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗର ବ୍ୟବସ୍ଥା ବିଷୟରେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହ ଆଲୋଚନ ହେଲା । ବାତ୍ୟା ଯୋଗୁଁ ଉଦ୍ଧାର ହେବାକୁଥିବା ଲୋକଙ୍କ ପାଇଁ ରନ୍ଧା ଓ ଶୁଖିଲା ଖାଦ୍ୟର ସୁବ୍ୟବସ୍ଥା, ସ୍ଥାୟୀ ଓ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ ସ୍ୱଚ୍ଛତା, ବିଦ୍ୟୁତ ଏବଂ ସାନିଟାଇଜେସନ କରିବା ଦିଗରେ ପ୍ରଶାସନ ସହ ଆଲୋଚନା ମଧ୍ୟ କରିଛନ୍ତି । ବିଶେଷ କରି ବାତ୍ୟା ଯୋଗୁଁ କରୋନା ରୋଗୀଙ୍କ ଚିକିତ୍ସା ବାଧାପ୍ରାପ୍ତ ନହୁଏ ସେଥି ପାଇଁ ଗୁରୁତ୍ୱ ଦେବା ପାଇଁ କହିଛନ୍ତି । ଲୋକମାନେ ଭୟଭୀତ ନହୋଇ ସଜାଗ ରହିବାର ଆବଶ୍ୟକତା ରହିଛି ବୋଲି ସଦର ନେତା ଶ୍ରୀ ଦତ୍ତ ସାଧାରଣ ଲୋକମାନଙ୍କୁ ସଚେତନ କରଇଛନ୍ତି । ଏଥିସହ ବାତ୍ୟାର ମୁକାବିଲା ପାଇଁ ଭାରତୀୟ ଜନତା ପାର୍ଟି ଲୋକଙ୍କୁ ସଂପୂର୍ଣ୍ଣ ସାହାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ବୋଲି ମତ ରଖିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଗଙ୍ଗାଧର ରାଉତ, ଲୋକନାଥ ଭୂୟାଁ, ସାନିଆ ମୁର୍ମୁ, ଜୟନ୍ତୀ ମୁର୍ମୁ, ଭୁଦେବ ସାହୁ, ଅରବିନ୍ଦ ଜେନା, ବିଷ୍ଣୁ ଧୀଣ୍ଡା, ପ୍ରଶାନ୍ତ ମାନ୍ନା, ଦିଲ୍ଲୀପ ମହାନ୍ତି, କୌସିକ ଚାନ୍ଦ, ପବନ କମିଳା, ସତ୍ୟଜିତ ବାରିକ, ଫୁକୁନ ଦାସ, ମନୋରନ ମୂଳା, ମୁନା ମୂଳା, ଚଗଲି ବାରିକ, ନିଶ୍ଚିନ୍ତ ବେହେରା, ସଂଜୟ ମଣ୍ଡଳ, କାହ୍ନୁ ପ୍ରଧାନ, ବରେନ୍ଦ୍ର ପାଣି, ମୁ ଗାୟନ, ତପନ ସାହୁ, ବବଲୁ ମିଶ୍ର, ସୁଶାନ୍ତ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ ।