କର୍ଣ୍ଣାଟକରେ ଆଜି ଠାରୁ ଆସନ୍ତା ୨୪ ଯାଏଁ ସମ୍ପୂର୍ଣ୍ଣ ଲକ୍ଡାଉନ୍
ବେଙ୍ଗାଲୁରୁ : କରୋନା ଭାଇରସ୍ର ମୁକାବିଲା ପାଇଁ ଶେଷରେ କର୍ଣ୍ଣାଟକ ସରକାର ମେ ୧୦ରୁ ରାଜ୍ୟବ୍ୟାପୀ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏନେଇ ଗତ ଶୁକ୍ରବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା କହିଥିଲେ ଯେ, ରାଜ୍ୟରେ କରୋନା ପ୍ରପୋକ ଲଗାତାର ବଢିବାରେ ଲାଗିଛି। କର୍ଫ୍ୟୁ ପରେ ବି ସ୍ଥିତିରେ କୌଣସି ସୁଧାର ଆସିନାହିଁ। ଫଳରେ ଏବେ ମେ ୧୦ ସକାଳ ୬ଟାରୁ ମେ ୨୪ ସକାଳ ୬ଟା ଯାଏଁ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ସମୟରେ ଲକ୍ଡାଉନ୍ ସମୟରେ ରାଜ୍ୟରେ ସମସ୍ତ ହୋଟେଲ୍, ପବ୍, ବାର ବନ୍ଦ ରହିବ। ଜରୁରୀକାଳୀନ ସେବା ଜାରି ରହିବା ସହ ମାଛ, ମାଂସ, ଅଣ୍ଡା, କ୍ଷୀର ଏବଂ ପନିପରିବା ଦୋକାନ ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ।