ବିଗୁଡ଼ିଛି ରାଜ୍ୟର ସ୍ଥିତି : ୧୦,୦୩୧ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ସୋମବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୧୦,୦୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୬୨୩ ଓ ସ୍ଥାନୀୟ ଅଞ୍ଚଳରୁ ୩୪୦୮ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୪୪ହଜାର ୮୭୩କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୪୫୬ଜଣ ଥିବାବେଳେ ବାଲେଶ୍ୱରରୁ ୨୩୦ଜଣ, ବରଗଡ଼ରୁ ୪୫୦ଜଣ, ଭଦ୍ରକରୁ ୨୪୮ଜଣ, ବଲାଙ୍ଗୀରରୁ ୨୭୪ଜଣ, ବୌଦ୍ଧରୁ ୧୮୩ଜଣ, କଟକରୁ ୭୨୦ଜଣ, ଦେଓଗଡ଼ରୁ ୧୧୮ଜଣ, ଢେଙ୍କାନାଳରୁ ୨୪୪ଜଣ, ଗଜପତିରୁ ୮୯ଜଣ, ଗଞ୍ଜାମରୁ ୨୦୯ଜଣ, ଜଗତସିଂହପୁରରୁ ୨୦୯ଜଣ, ଜଗତସିଂହପୁରରୁ ୧୧୫ଜଣ, ଯାଜପୁରରୁ ୩୨୮ଜଣ, ଝାରସୁଗୁଡ଼ାରୁ ୪୧୮ଜଣ, କଳାହାଣ୍ଡିରୁ ୪୩୩ଜଣ, କନ୍ଧମାଳରୁ ୭୫ଜଣ, କେନ୍ଦ୍ରାପଡ଼ାରୁ ୨୪୩ଜଣ, କେନ୍ଦୁଝରରୁ ୧୬୬ଜଣ, ଖୋର୍ଦ୍ଧାରୁ ୧୩୨୯ଜଣ, କୋରାପୁଟରୁ ୧୪୨ଜଣ, ମାଲକାନଗିରିରୁ ୬୨ଜଣ, ମୟୁରଭଞ୍ଜରୁ ୨୦୭ଜଣ, ନବରଙ୍ଗପୁରରୁ ୩୦୬ଜଣ, ନୟାଗଡ଼ରୁ ୨୬୯ଜଣ, ନୂଆପଡ଼ାରୁ ୩୧୧ଜଣ, ପୁରୀରୁ ୭୦୮ଜଣ, ରାୟଗଡ଼ାରୁ ୧୩୨ଜଣ, ସମ୍ବଲପୁରରୁ ୩୦୨ଜଣ, ସୋନପୁରରୁ ୧୬୯ଜଣ, ସୁନ୍ଦରଗଡ଼ରୁ ୮୨୪ଜଣ ଏବଂ ରାଜ୍ୟ ପୁଲ୍ରୁ ୨୭୧ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୫,୪୪,୮୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪,୪୭,୮୬୩ଜଣ ସୁସ୍ଥ ହୋଇଥିବା ବେଳେ ୯୪,୭୬୦ଜଣ ସକ୍ରିୟ ମାମଲା ରହିଛି ।