ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା
ନବରଙ୍ଗପୁର : ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା। ମୃତକ ହେଲେ ସ୍ତ୍ରୀ ପାର୍ବତୀ ଜାନୀ ଓ ସ୍ୱାମୀ ନୀଳଧର ଯାନୀ। ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ବାଙ୍କୁଲି ପଞ୍ଚାୟତ ଭଣ୍ଡିମାଲ ଗାଁର ଘଟଣା। ଘଟଣାସ୍ଥଳରେ ପୋଲିସର ଛାନ୍ଭିନ୍ ଆରମ୍ଭ ।
ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଗଛରେ ଦଉଡି ଲଗାଇ ସ୍ୱାମୀ ଆତ୍ମହତ୍ୟା କରିଛି। ମୃତକ ହେଲେ ସ୍ତ୍ରୀ ପାର୍ବତୀ ଜାନୀ ଓ ସ୍ୱାମୀ ନୀଳଧର ଯାନୀ। ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଉଭୟ ରହୁଥିବା ଘର ଠାରୁ ଏକ ଶହ ମିଟର ଦୂରରେ ଘଟିଛି ଘଟଣା। ଘଟଣା ସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଜାରି ରଖିଛି। ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହାୟତା ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ । ରିପୋର୍ଟ ଆସିବା ପରେ ହତ୍ୟାକାଣ୍ଡ ନେଇ କିଛି ତଥ୍ୟ ମିଳିବା ବୋଲି ପୋଲିସ ଆଶା କରିଛି । ସ୍ତ୍ରୀଙ୍କ ମୃତଦେହ ନିକଟରେ ଏକ ଟାଙ୍ଗିଆ ପଡିଛି । ସେଥିରେ ରକ୍ତ ଲାଗିଥିବାର ଦେଖିବାକୁ ମିଳିଛି ।