କ୍ୟାନସର୍ ନିଦାନ ପାଇଁ ‘ହଳଦୀ’
ହଳଦୀ ଘରେ ଘରେ ମିଳୁଥିବା ଏକ ସହଜ ତଥା ସ୍ୱାସ୍ଥ୍ୟପ୍ରଦ ମସଲା । ବ୍ୟଞ୍ଜନରେ ବ୍ୟବହୃତ ହଳଦୀ ପାଟିକୁ ଯେତିକି ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟଗତ ସମସ୍ୟାର ନିଦାନରେ ଏହାର ଯୋଗଦାନ ତା’ଠୁ ଅଧିକ । ସବୁଠୁ ବଡ଼ କଥା ବିଭିନ୍ନ ପ୍ରକାର କ୍ୟାନସର୍ରୁ ରକ୍ଷା କରିବାରେ ହଳଦୀକୁ ମହୌଷଧି ଭାବେ ଗ୍ରହଣ କରାଯାଇଛି ।
ଭାରତରେ ହଳଦୀର ବ୍ୟବହାର ମସଲା, ସୌନ୍ଦର୍ଯ୍ୟ ପ୍ରସାଧନ ତଥା ବିଭିନ୍ନ ରୋଗର ନିଦାନ ପାଇଁ କରାଯାଏ । କିନ୍ତୁ ଜାଣନ୍ତି ହଳଦୀ ମାରାତ୍ମକ କ୍ୟାନସର୍ ରୋଗକୁ ମଧ୍ୟ କିଛି ମାତ୍ରାରେ ହ୍ରାସ କରିବାର ଗୁଣ ବହନ କରିଛି । ହଳଦୀରେ ଜଳ, ପ୍ରୋଟିନ୍, ଖଣିଜପଦାର୍ଥ, ଫାଇବର୍, ମାଙ୍ଗାନିଜ୍, ପଟାସିୟମ୍, କାର୍ବୋହାଇଡ୍ରେଟ୍, କ୍ୟାଲସିୟମ୍, ଫସ୍ଫରସ୍, ଆଇରନ୍, ଓମେଗା ୩ ଏବଂ ଓମେଗା ୬ ଫାଟି ଏସିଡ୍, ଭିଟାମିନ୍ ଏ, ଭିଟାମିନ୍ ବି, ଭିଟାମିନ୍ ସି ଭଳି ତତ୍ୱ ତଥା କ୍ୟାଲୋରୀ ଭରପୂର୍ ରହିଛି । ହଳଦୀରେ ଥିବା କରକୁମିନ୍ କ୍ୟାନସର ଚିକିତ୍ସାରେ ବେଶ୍ ସହାୟ ହୋଇଥାଏ । ଆୟୁର୍ବେଦରେ ହଳଦୀକୁ ଏକ ମହତ୍ୱପୂର୍ଣ୍ଣ ଔଷଧ ରୂପେ ବିବେଚିତ କରାଯାଇଛି । ବିଭିନ୍ନ ଗବେଷଣାରୁ ମଧ୍ୟ ପ୍ରମାଣିତ ହୋଇଛି କ୍ୟାନସର୍ ଚିକିତ୍ସା କ୍ଷେତ୍ରରେ ଏହା ଲାଭପ୍ରଦାନ କରିଥାଏ । ଏଥିରେ ପ୍ରଭାବଶାଳୀ ଉପଚାର ଶକ୍ତି ରହିବା ସହ ସ୍ୱାସ୍ଥ୍ୟ ପାଇଁ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ । କୌଣସି ପ୍ରକାର ପାଶ୍ୱର୍ପ୍ରତିକ୍ରିୟା ଏଥିରେ ନଥାଏ । ଏହା ସବୁଠୁ ଉତମ ଆଂଟି ଅକ୍ସିଡାଂଟ୍ ଯାହା କ୍ୟାନସର୍ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ । ହଳଦୀ କ୍ୟାନସର୍ ଜୀବାଣୁର ସଂକ୍ରମଣ ମାତ୍ରା କମ୍ କରିବାରେ ସାହାଯ୍ୟ କରେ । ଏହାର ଦୈନନ୍ଦିନ ସେବନ କ୍ୟାନସର୍ ଆଶଙ୍କାକୁ ମଧ୍ୟ ହ୍ରାସ କରିଥାଏ ।
ହଳଦୀରେ ଗୋଲମରିଚ ମିଶାଇ ସେବନ କଲେ ସ୍ତନ କର୍କଟ ଭଳି ଭୟଙ୍କର ରୋଗକୁ ନିୟନ୍ତ୍ରଣ କରାଯାଇପାରେ । ସ୍ତନ କର୍କଟ ଆଶଙ୍କା ବୃଦ୍ଧି କରୁଥିବା କୋଷିକାକୁ ବୃଦ୍ଧି ହେବାରେ ଏହା ବାଧା ସୃଷ୍ଟି କରିଥାଏ । ହଳଦୀରେ ରହିଛି କ୍ୟାନସର୍ନାଶକ ଗୁଣ । ଏଥିରେ ଫିନୋଲିକ୍ ଯୌଗିକ କରକ୍ୟୁମିନ୍ ଥାଏ, ଯାହା କ୍ୟାନସର୍ଗ୍ରସ୍ତ ଅଙ୍ଗକୁ ସୁରକ୍ଷା ପ୍ରଦାନ କରିଥାଏ । କେବଳ ସେତିକି ନୁହେଁ, ହଳଦୀରେ ଥିବା କରକୁମିନ୍କୁ ଯେତେ ବେଳେ ସିସ୍ପ୍ଲାଟିନ୍ରେ ମିଶାଯାଏ, ସେତେବେଳେ ମସ୍ତିଷ୍କ ଏବଂ ଗଳା କର୍କଟ ଚିକିତ୍ସାରେ ଏହା ବିଶେଷ ପ୍ରଭାବ ପକାଇଥାଏ । କହିବାକୁ ଗଲେ, ବିଭିନ୍ନ ପ୍ରକାର କ୍ୟାନସର୍ରୁ ରକ୍ଷା ପାଇବାର ଗୋଟିଏ ମାତ୍ର ଔଷଧ ହଳଦୀ ।