୧୦ଜଣ ଡାକ୍ତରଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନକୁ ଖାରଜ

ଭୁବନେଶ୍ୱର : ରାଜ୍ୟ ସରକାର ୧୦ଜଣ ଡାକ୍ତରଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନକୁ ଖାରଜ କରି ଦେଇଛନ୍ତି। ରାଜ୍ୟରେ ଡାକ୍ତରଙ୍କ ଅଭାବ ଦର୍ଶାଇ ଏହି ଡାକ୍ତରମାନଙ୍କ ଆବେଦନକୁ ଖାରଜ କରି ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏଥିରେ ବାରିପଦା ମେଡିକାଲ କଲେଜରୁ ଜଣେ, କଳାହାଣ୍ଡି ଓ ସମ୍ବଲପୁରରୁ ୨ଜଣ ଲେଖାଏଁ, କ୍ୟାପିଟାଲ ହସ୍ପିଟାଲ, ବରଗଡ଼, ମୟୂରଭଞ୍ଜ, ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ନୟାଗଡ଼ର ବିଏମ୍ ଜେନେରାଲ ହସ୍ପିଟାଲର ଜଣେ ଲେଖାଏଁ ଡାକ୍ତର ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ।