ବାଲେଶ୍ୱର : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୪ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲା ସଦର ଥାନା ଅନ୍ତର୍ଗତ ଓଡ଼ି ରୋଡ୍ ଓରିପ୍ଲାଷ୍ଟ ନିକଟରେ ମାଲ୍ ବୋଝେଇ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆହତ ବ୍ୟକ୍ତିମାନଙ୍କୁ ଚିକିତ୍ସା ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଘର ନୀଳଗିରି ପଞ୍ଚୁଲିଙ୍ଗେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି । ଖବରପାଇ ପିସିଆର ଭ୍ୟାନ୍ ଓ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭ୍ୟାନ୍ ପହଞ୍ଚି ଅଟୋକୁ ଜବତ କରିଛି ।
ଖବର ଅନୁଯାୟୀ, ମାଲ ବୋଝେଇ ଅଟୋ (ନଂ. ଓଡ଼ି୦୧ଏଫ୍-୭୫୯୧) ନମ୍ବର ବିଶିଷ୍ଟ ମାଲ ବୋଝେଇ ଅଟୋ କିଛି ଶ୍ରମିକଙ୍କୁ ନେଇ ପଞ୍ଚୁଲିଙ୍ଗେଶ୍ୱର ଅଭିମୁଖେ ଯାଉଥିଲା । ହଠାତ୍ ରାସ୍ତାରେ କୁକୁର ସାମ୍ନାକୁ ଆସିଯିବାରୁ ଡ୍ରାଇଭର ଗାଡ଼ିଟିର ଭାରସାମ୍ୟ ହରାଇ ଓଲଟି ପଡ଼ି ଦୁର୍ଘଟଣା ହୋଇଥିଲା । ତେବେ ବୈଶିଙ୍ଗାକୁ ଇଲେକ୍ଟ୍ରି କାମ କରିବାକୁ ଯାଇଥିବାର ଜଣାପଡ଼ିଛି ।