ଶ୍ରୀଲଙ୍କାରୁ ଅଣାଯାଇଥିବା ଅଶୋକବାଟିକ ପଥର ଶ୍ରୀମରାମ ମନ୍ଦିରରେ ସ୍ଥାପନ କରାଯିବ

ଅଯୋଧ୍ୟା : ଶ୍ରୀରାମ ଜନ୍ମ ଭୂମିରେ ଭବ୍ୟ ଏବଂ ଦିବ୍ୟ ରାମମନ୍ଦିରର ନିର୍ମାଣ ପାଇଁ ଶ୍ରୀଲଙ୍କାରେ ସୀତା ଏଲିଆଙ୍କ ପଥର ମଧ୍ୟ ବ୍ୟବହୃତ ହେବ । ମନ୍ଦିରର ଭିତିପ୍ରସ୍ତର କାର୍ଯ୍ୟ ଅଗଷ୍ଟ ସୁଦ୍ଧା ଶେଷ ହେବ । ସୀତା ଏଲିଆଙ୍କ ପଥର ଶ୍ରୀଲଙ୍କାର ଉଚ୍ଚ ପଦାଧିକାରୀ ମିଲିଣ୍ଡା ମୋରାଗୋଡ଼ାଙ୍କ ଦ୍ୱାରା ଭାରତ ଅଣାଯିବ ।
ପୌରାଣିକ ବିଶ୍ୱାସ ଅନୁଯାୟୀ ସୀତା ଏଲିଆ ଶ୍ରୀଲଙ୍କାରେ ଅବସ୍ଥିତ । ଯେଉଁଠାରେ ରାବଣ ମାତା ସୀତାଙ୍କୁ ବନ୍ଦୀ କରି ରଖିଥିଲେ । ମାତା ସୀତା ସୀତା ଏଲିଆର ଏକ ବଗିଚାରେ ରଖାଯାଇଥିଲା । ଯାହାକୁ ଅଶୋକ ବାଟିକା କୁହାଯାଏ । ବର୍ତମାନ ଏହି ସ୍ଥାନରେ ଏକ ମନ୍ଦିର ଅଛି । ଯାହା ସୀତା ଅମନ କୋବିଲେ ନାମରେ ଜାଣାଶୁଣା । ଏହି ସ୍ଥାନ ନ୍ୟୁଜିଲାଣ୍ଡରୁ ଉସ୍ ଉପତ୍ୟାକାକୁ ଯାଉଥିବା ଏକ ମୁଖ୍ୟ ରାସ୍ତାରେ ୫ ମାଇଲ୍ ଦୂରରେ ଅବସ୍ଥିତ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୩୯ ମାସ ମଧ୍ୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ପ୍ରସ୍ତୁତ ହେବ । ଯେଉଁଥିରେ ରାଜସ୍ଥାନରୁ ଖୋଦି ପଥର ସହିତ ମିର୍ଜାପୁରର ପଥରଗୁଡ଼ିକ ମୁଖ୍ୟତଃ ଲଗାଯିବ ।