କରୋନାର ଦ୍ୱିତୀୟ ଲହରୀକୁ ପରାସ୍ତ କରିବା ସମ୍ଭବ, ଲୋକମାନେ ସତର୍କତା ଅବଲମ୍ବନ କରିବା ଉଚିତ
ନୂଆଦିଲ୍ଲୀ : ଦେଶରେ କରୋନା ଦ୍ରୁତ ଗତିରେ ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ନୀତି ଆୟୋଗର ସଦସ୍ୟ ଡକ୍ଟର ବି. କେ. ପାଲ କହିଛନ୍ତି ଯେ, ଆସନ୍ତା ଚାରି ସପ୍ତାହ ଅତ୍ୟନ୍ତ ବିପଜ୍ଜନକ ହେବ । ସେ କହିଛନ୍ି ଯେ, କରୋନାର ଦ୍ୱିତୀୟ ଲହରୀ କୁ ନିୟନ୍ତ୍ରଣ କରାଯାଇ ପାରିବ । ବି. କେ. ପାଲ ମଙ୍ଗଳବାର କହିଛନ୍ତି ଯେ, ଦେଶ ଯେପରି କରୋନାର ପ୍ରଥମ ଲହରୀକୁ ପରାସ୍ତ କରିଛି, ସେହିଭଳି ବର୍ତମାନ ସମସ୍ତେ ଦ୍ୱିତୀୟ ଲହରୀକୁ ଏକାଠି ପରାସ୍ତ କରିପାରିବେ । ସେ କହିଛନ୍ତି ଯେ, ବର୍ତମାନ ଲୋକମାନେ ଅଧିକ ସତର୍କ ହେବା ଉଚିତ । କାରଣ ନୂତନ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କୁ ମଧ୍ୟ ଅଧିକ ସଜାଗ ରହିବାକୁ ପଡ଼ିବ ।
ଟୀକାକରଣ କାର୍ଯ୍ୟକ୍ରମରେ ସନ୍ତୋଷ ବ୍ୟକ୍ତି କରି ସେ କହିଛନ୍ି ଯେ, ଆମେରିକା ପରେ ଦେଶରେ ଦୃତ ଗତିରେ ଟୀକାକରଣ ଚାଲିଛି । ଯୁକ୍ତରାଷ୍ଟ୍ରରେ ଯେଉଁଠାରେ ପ୍ରତିଦିନ ୩ ମିଲିୟନରୁ ଅଧିକ ଟିକା ଦିଆଯାଉଛି, ଭାରତରେ ପ୍ରତିଦିନ ୨୬.୨୨ ଲକ୍ଷ ଟିକା ଦିଆଯାଉଛି । ଏଥି ସହିତ ବ୍ରାଜିଲ, ଫ୍ରାନ୍ସ, ୟୁକେ ଭଳି ଦେଶକୁ ପ୍ରତିଦିନ ୨-୬ ଲକ୍ଷ ଟିକା ମିଳୁଛି । ପ୍ରାଥମିକତା ଭିତିରେ ଟିକା ଦିଆଯାଉଛି ବୋଲି ଡ. ପାଲ କହିଛନ୍ତି । ଡ. ପାଲ କହିଛନ୍ତିଯେ, ଦେଶର ପ୍ରଥମ ଲୋକଙ୍କୁ ଟୀକା କରଣ କରାଯାଇଥିଲା ଯେଉଁମାନେ କରୋନା ଜୀବାଣୁଙ୍କ ବିପଦରେ ଥିଲେ । ଏହା ପରେ ୬୦ ବର୍ଷରୁ ଅଧିକ ବୟସ୍କ ମାନଙ୍କୁ ଟୀକାକରଣ କରାଯାଇଛି । ସମସ୍ତ ଦେଶ ଏହି ପ୍ରକାରେ ରଣନୀତି ଆପଣେଇଛନ୍ତି । କୁମ୍ଭ ମେଳାରେ କରୋନା ବିସ୍ତାର ହେବାର ସମ୍ଭାବନା ଉପରେ ସେ କହିଛନ୍ତି ଯେ, ସେଠାରେ ଥିବା ପ୍ରଶାସନ ନିଜସ୍ୱ ପଦ୍ଧତିରେ ଏହା ଉପରେ କାର୍ଯ୍ୟ କରୁଛି । ବର୍ତମାନଠାରୁ ଅନୁମାନ କରିବା ଠିକ୍ ନୁହେଁ ।