ଟିକାକରଣରେ ଭାରତର ମାଇଲଖୁଂଟ
ମୋଟ ଟିକାକରଣ ୮ କୋଟିକୁ ଅତିକ୍ରମ କରିଯାଇଛି
କୋଭିଡ-୧୯ ଟେଷ୍ଟ ୨୫ କୋଟିକୁ ଟପି ଯାଇଛି
ନୂଆଦିଲ୍ଲୀ : କୋଭିଡ-୧୯ ସହ ମୁକାବିଲା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା କ୍ରମରେ ଗତ ୨୪ ଘଂଟା ମଧ୍ୟରେ ଭାରତରେ ୪୩ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ଦେଶରେ ଗୋଟିଏ ଦିନରେ ଏହା ସର୍ବାଧିକ ଟିକାକରଣର ରେକର୍ଡ । ଟିକାକରଣ ଅଭିଯାନର ୮୦ତମ ଦିବସ (୫ ଏପ୍ରିଲ ୨୦୨୧)ରେ ୪୩,୦୦,୯୬୬ ଡୋଜ୍ ଟିକା ଦିଆଯାଇଛି । ଏଥିରୁ ୪୮,୦୯୫ ସେସନରେ ୩୯,୦୦,୫୦୫ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୪,୦୦,୪୬୧ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାରେ ଦେଶରେ ଆଜି ପର୍ଯ୍ୟନ୍ତ ମୋଟ ଟିକାକରଣ ୮.୩୧ କୋଟିକୁ ଅତିକ୍ରମ କରିଯାଇଛି । ଏଥିରୁ ପ୍ରଥମ ଡୋଜ୍ ୭ କୋଟି (୭,୨୨,୭୭,୩୦୯)କୁ ଅତିକ୍ରମ କରିବା ଏକ ମାଇଲଖୁଂଟ ।
ଆଜି ସକାଳ ୭ଟା ସୁଦ୍ଧା ୧୨,୮୩,୮୧୬ ସେସନରେ ମୋଟ ୮,୩୧,୧୦,୯୨୬ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ଅଛି ୮୯,୬୦,୦୬୧ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୩,୭୧,୧୬୨ ଜଣଙ୍କ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୯୭,୨୮,୭୧୩ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୪୨,୬୪,୬୯ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷ ବୟସରୁ ଅଧିକ ବୟସର ୩,୪୧,୦୬,୦୭୧ ଜଣଙ୍କୁ ପ୍ରଥମ ଡୋଜ୍, ୮,୧୨,୨୩୭ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଏବଂ ୪୫ ବଷରୁ ଅଧିକ ବୟସର ଦୁରାରୋଗ୍ୟରେ ପୀଡ଼ିତ ୧,୯୪,୮୨,୪୬୪ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୩,୮୫,୫୨୭ ଜଣଙ୍କୁ ଦ୍ୱିତୀୟ ଡୋଜ୍ । ଭାରତରେ ଦୈନିକ କରୋନା ମାମଲା ଏବେ ବୃଦ୍ଧି ପାଇ ଚାଲିଛି । ଗତ ୨୪ ଘଂଟା ମଧ୍ୟରେ ୯୬,୯୮୨ ନୂଆ ମାମଲା ଚିହ୍ନଟ ହୋଇଛି । ଆଠଟି ରାଜ୍ୟ; ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ତାମିଲନାଡ଼ୁ, ଦିଲ୍ଲୀ, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଦୈନିକ କରୋନା ମାମଲା ବୃଦ୍ଧି ପରିଲକ୍ଷିତ ହୋଇଛି । ନୂଆ ମାମଲା ମଧ୍ୟରୁ ୮୦.୦୪% ଏହି ଆଠଟି ରାଜ୍ୟରୁ ଆସିଛି । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୪୭,୨୮୮ ମାମଲା ଚିହ୍ନଟ ହୋଇଛି । ଏହା ପଛକୁ ଛତିଶଗଡ଼ରେ ୭୩୦୨ ଏବଂ କର୍ଣ୍ଣାଟକରେ ୫୨୭୯ ମାମଲା ଚିହ୍ନଟ ହୋଇଛି । ଭାରତରେ ମୋଟ କରୋନା ସକ୍ରିୟ ମାମଲା ୭,୮୮,୨୨୩ରେ ପହଞ୍ଚିଛି । ଏହା ଏବେ ଦେଶର ମୋଟ ପଜିଟିଭ୍ ମାମଲାର ୬.୨୧% ରହିଛି । ଗତ ୨୪ ଘଂଟା ମଧ୍ୟରେ ସକ୍ରିୟ ମାମଲାରେ ସିଧାସଳଖ ୪୬,୩୯୩ ବୃଦ୍ଧି ହୋଇଛି । ଦେଶର ମୋଟ ସକ୍ରିୟ କରୋନା ମାମଲାର ପ୍ରାୟ ୫୭.୪୨% କେବଳ ମହାରାଷ୍ଟ୍ରରେ ରହିଛି । ଭାରତରେ ଆଜି ପର୍ଯ୍ୟନ୍ତ ମୋଟ ସୁସ୍ଥଙ୍କ ସଂଖ୍ୟା ୧,୧୭,୩୨,୨୭୯ରେ ପହଞ୍ଚିଛି । ଜାତୀୟ ସୁସ୍ଥତା ହାର ଏବେ ରହିଛି ୯୨.୪୮% । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୫୦,୧୪୩ ଜଣ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ଦେଶରେ କରୋନାରେ ୪୪୬ ଜଣଙ୍କ ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ସଂଖ୍ୟରୁ ୮୦.୯୪% ମୃତ୍ୟୁ କେବଳ ଆଠଟି ରାଜ୍ୟରେ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୧୫୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପଞ୍ଜାବରେ ଗୋଟିଏ ଦିନରେ ୭୨ ଜଣଙ୍କ ପ୍ରାଣ ଯାଇଛି ।