ବାଲେଶ୍ୱର : ନୟନଯୋଡିକୁ ପାଲଟିଲା ଅଟୋ, ଜଣେ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ୱର ଜାତୀୟ ରାଜପଥର ଜୁଣବଳଦା ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଅଜଣା ଗାଡି ସହିତ, ଯାତ୍ରୀ ବାହି ଅଟୋର ଧକ୍କା । ଫଳରେ ଦୁର୍ଘଟଣା ଗ୍ରସ୍ତ ଅଟୋଟି ନୟନଯୋଡିକୁ ପାଲଟି ଯାଇଥିବା ବେଳେ, ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ, ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ମାନଙ୍କ ଭିତରେ ଜଣେ ମହିଳା ଓ ଛୋଟ ପିଲା ଥିବା ସୂଚନା ମିଳିଛି।