ବାଲେଶ୍ୱର : ଧାନ ବିଲରେ ଭାଉଜଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ଦିଅର
ବାଲେଶ୍ୱର : ଧାନ କଟାକୁ କେନ୍ଦ୍ର କରି ପୁଅ ରଶିରେ ବାନ୍ଧିଲା ବାପା ଓ ଧାନ ବିଲରେ ଭାଉଜ କୁ ଗୋଡେଇ ଗୋଡେଇ ପିଟିଲା ଦିଅର। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ନହରା ଗ୍ରାମ ପଂଚାୟତରେ ।
ସୂଚନା ମୁତାବକ ନହରା ଗ୍ରାମ ପଞ୍ଚାୟତ ର କଣ୍ଠlଳିଆ ଗ୍ରାମର ଗଙ୍ଗା ନାରାୟଣ ପଢ଼ିଆରୀ ଓ ପୁଅ ସପନ ପଢ଼ିଆରୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଥିଲା। ବଡ଼ ପୁଅ ଦିଲ୍ଲୀରେ ଚlକରି କରନ୍ତି। ଆଜି ବାପା ଗଙ୍ଗା ନାରାୟଣ ପଢ଼ିଆରୀ ଓ ସାନ ପୁଅ ବିଜୁ ପଢ଼ିଆରୀ ମିଳିତ ହୋଇ ବଡ଼ ପୁଅ ସପନ ପଢ଼ିଆରୀ ଜମିରେ ଧାନ ଚାଷ କରି ଥିଲେ। ବାପା ଓ ସାନ ଭାଇ ଭାଗ ଧାନ ଦେବା ପାଇଁ ଧାନ ଜମିରେ ହରବେଷ୍ଟରରେ ଧାନ କାଟୁ ଥିବା ସମୟରେ ବଡ଼ ପୁଅ ସପନ ଓ ବହୁ ରଞ୍ଜିତ ପଢ଼ିଆରୀ ବାଧା ଦେବାରୁ ଗଣ୍ଡଗୋଳ ହୋଇଥଲା। ଏହି ଗଣ୍ଡଗୋଳ ସମୟରେ ଭାଉଜକୁ ଦିଅର ର ଗୋଡେଇ ଗୋଡେଇ ମାଡ଼ ଓ ବାପା ପୁଅକୁ ରସିରେ ବାନ୍ଧିବା ଘଟଣା ଏବେ ସୋସିଆଲ ମେଡିଆରେ ଘୁରି ବୁଲିଛି। ଘଟଣାସ୍ଥଳରେ କମର୍ଦ୍ଦା ପୋଲିସ ପହଂଚି ଦୁଇ ଜଣକୁ ଉଦ୍ଧାର କରି ଡାକ୍ତରଖନାକୁ ଚିକିତ୍ସା ପାଇଁ ପଥେ ତଦନ୍ତ ଆରମ୍ଭ କରିଛି।