ବାଲେଶ୍ଵର : ପୋଖରୀରେ ଭାସୁଛି ମହିଳାଙ୍କ ହାତ-ଗୋଡ ବନ୍ଧା ମୃତଦେହ

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଥାନା ଅନ୍ତର୍ଗତ ମଇତ୍ରାପୁର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁରେ ଥିବା ଏକ ପୋଖରୀରେ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ହାତ ଗୋଡ ବନ୍ଧା ଯାଇଥିବା ଜଣେ ମହିଳାଙ୍କ ମୃତଦେହ ଭାସୁଛି । ମହିଳା ଜଣଙ୍କୁ ଦୁଷ୍କର୍ମ ପରେ କେହି ହତ୍ୟା କରି ଫିଙ୍ଗିଥିବାର ସନ୍ଦେହ କରାଯାଇଛି ।
ସୂଚନା ଯେ, ସୋମବାର ସକାଳୁ ଗ୍ରାମବାସୀ ପୋଖରୀକୁ ଯାଇଥିବା ବେଳେ ମହିଳା ଜଣଙ୍କ ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ । ମହିଳାଙ୍କ ପରିଚୟ ମିଳିପାରିନାହିଁ । ଅଞ୍ଚଳବାସୀ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିବା ଜଣାପଡିଛି ।