ଅକ୍ସିଜେନ୍ ଅଭାବରୁ ସାର୍ ଗଙ୍ଗାରାମ ହସ୍ପିଟାଲରେ ୨୫ ମୃତ
ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଫଳରେ ଅନେକ ହସ୍ପିଟାଲରେ ଅକ୍ସିଜେନ ଓ ବେଡ୍ର ଅଭାବ ଦେଖିବାକୁ ମିଳିଛି । ଏହାମଧ୍ୟରେ ସାର୍ ଗଙ୍ଗାରାମ ହସ୍ପିଟାଲରୁ ଏକ ଭୟାନକ ଚିତ୍ର ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟାରେ ଏଠାରେ ୨୫ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାସହ ଅନ୍ୟ ୬୦ ଗୁରୁତର ରୋଗୀଙ୍କ ଜୀବନ ବିପଦରେ ରହିଛି । ହସ୍ପିଟାଲ ପକ୍ଷରୁ ତୁରନ୍ତ ଅକ୍ସିଜେନ୍ ଯୋଗାଇବାକୁ ଅନୁରୋଧ କରାଯାଇଛି ।
ହସ୍ପିଚାଲର କହିବାନୁସାରେ, ଯେତିକି ଅକ୍ସିଜେନ୍ ରହିଛି ତାହା ମାତ୍ର ୨ ଘଣ୍ଟା ଯିବ । ଭେଣ୍ଟିଲେଟରରେ ଥିବା ବାଇଲେବଲ୍ ଏୟାରଓ୍ୱେ ପ୍ରେସର୍ ଠିକ୍ ଭାବେ କାମ କରୁନାହିଁ । କିଛିଦିନ ପୂର୍ବରୁ ହସ୍ପିଟାଲର ୩୭ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯେଉଁମାନଙ୍କ ମଧ୍ୟରୁ ୫ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅନ୍ୟ ଡାକ୍ତରମାନେ ହୋମ୍ ଆଇସୋଲେସନରେ ରହିଥିଲେ । ଅଧିକାଂଶ ଡାକ୍ତର କରୋନା ଆକ୍ରାନ୍ତ ଚିକିତ୍ସାରେ ନିୟୋଜିତ ଥିଲେ ।