କାଲିଠୁ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ୍

- ବନ୍ଦ ରହିବ ଦୋକାନ ବଜାର, ବାଦ ପଡିବ ଜରୁରୀ ସେବା
ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମଣ । ଏହାକୁ ଚେକ୍ ଦେବାକୁ କଠୋର ହୋଇଛନ୍ତି ରାଜ୍ୟ ସରକାର । କିଛିଦିନ ପରେ ପୁଣି ଫେରିଛି ସଟଡାଉନ କଟକଣା । କାଲିଠୁ ସହରାଂଚଳରେ ଆରମ୍ଭ ହେବ ଓ୍ୱିକେଣ୍ଡ ସଟଡ଼ାଉନ । ପୂର୍ବ ନିଷ୍ପତ୍ତି ମୁତାବକ୍ ବନ୍ଦ ରହିବ ସମସ୍ତ ଦୋକାନ ବଜାର ଓ ଗାଡି ଚଳାଚଳ । କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଅଗଲାଣି ପ୍ରସ୍ତୁତି । ତେବେ ଆଜି ରାତି ୯ଟାରୁ ସୋମବାର ସକାଳ ୫ଟା ଯାଏଁ ବନ୍ଦ ରହିବ ଚଳାଚଳ । ସେପଟେ ସଟଡ଼ାଉନ୍ ବେଳେ କେବଳ ଜରୁରୀକାଳୀନ ସେବାରେ ନିୟୋଜିତ ବ୍ୟକ୍ତିଙ୍କୁ ବାଦ୍ ଦେଲେ ଆଉ କେହି ଘରୁ ବାହାରିବାକୁ ମନା ହୋଇଛି ।
ମେଡ଼ିକାଲ, ବିଦ୍ୟୁତ୍, ଜଳ ଯୋଗାଣ, କନଷ୍ଟ୍ରକସନ୍ ଗଣମାଧ୍ୟମ, କାମ ଭଳି ଜରୁରୀ ସେବାରେ ନିୟୋଜିତ ଥିବା ବ୍ୟକ୍ତି ନିଜର ପରିଚୟ ପତ୍ର ଦେଖାଇ ଯାଇପାରିବେ । ଯଦି କେହି ବିନା କାମରେ ଘରୁ ବାହାରିବେ ତେବେ ସେମାନଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏହି ସମୟରେ ଯେପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ବାଧା ପ୍ରାପ୍ତ ନହୁଏ ସେ ସବୁ ଦୃଷ୍ଟି ଦିଆଯାଇଛି । ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପକୁ ବାଦ୍ ଦେଲେ ବାକି ସମସ୍ତ ଦୋକାନବଜାର ବନ୍ଦ ରହିବ । ଅନ୍ୟ ରାଜ୍ୟରୁ ପରିବା, ତେଜରାତି ସାମଗ୍ରୀ ନେଇ ଆସୁଥିବା ଟ୍ରକରୁ ଯେମିତି ମାଲ୍ ଅନ୍ଲୋଡ୍ ହୋଇ ପାରିବ ତା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି ।