ବିଜେପି ସାଂସଦ ମନୋଜ ତିଓ୍ୱାରୀଙ୍କୁ କରୋନା

ନୂଆଦିଲ୍ଲୀ : କରୋନା କବଳରେ ଅଭିନେତାଙ୍କ ଠାରୁ ଆରମ୍ଭ କରି ବଡ ବଡ ନେତା । ବିଜେପି ସାଂସଦ ମନୋଜ ତିଓ୍ୱାରୀଙ୍କୁ କରୋନା । ଟ୍ୱିଟ୍ କରି ସୂଚନା ଦେବା ସହ ନିଜକୁ ନିଜ ଆଇସୋଲେଟ୍ କରିଛନ୍ତି ।
ସେ କହିଛନ୍ତି ଯେ, ଗତ କିଛି ଦିନ ହେବ ମୋ ଠାରେ ଭୂତାଣୁ ଲକ୍ଷଣ ପରିଲକ୍ଷିତ ହେଉଥିଲା । ମୁଁ ମୋର ପରୀକ୍ଷା କରାଇନେବାରୁ ମୋର ପଜିଟିଭ ଆସିଛି । ଏଥିପାଇଁ ମୁଁ ନିଜକୁ ନିଜେ ସଂଗରୋଧରେ ରଖିବାକୁ ନିଷ୍ପତ୍ତି ନେଇଛି । ଯଦି କେହି ମୋ ସଂସ୍ପର୍ଶରେ ଆସିଛ ତାହେଲେ ନିଜର ପରୀକ୍ଷା କରାଇନିଅନ୍ତୁ । ମୁଁ ଡାକ୍ତରଙ୍କ ପରାମର୍ଶ ମାନି ନିୟମିତ ଔଷଧ ଖାଉଛି । କରୋନା ଗାଇଡଲାଇନ ପାଳନ କରି ଚଳୁଛି ।