ଆସନ୍ତାକାଲି ଠାରୁ ଅନଲାଇନ୍ରେ ମିଳିବ ମଦ

- ଜୋମାଟୋ ଓ ସ୍ୱିଗୀ ସହ ୧୭ ଡେଲିଭରୀ ସଂସ୍ଥାରେ କରି ହେବ ଅର୍ଡର
ଭୁବନେଶ୍ୱର : ରାଜ୍ୟ ଅବକାରୀ ବିଭାଗର ଗାଇଡଲାଇନ ମୁତାବକ ଖୋର୍ଦ୍ଧା ଜିଲ୍ଳାରେ ଆସନ୍ତା ସୋମବାରଠାରୁ ଅନ୍ଲାନ୍ରେ ମଦ ବିକ୍ରି ହେବ । ଜୋମାଟୋ ଓ ସ୍ୱିଗୀ ସହ ୧୭ ଡେଲିଭରୀ ସଂସ୍ଥା ଘରେ ମଦ ପହଞ୍ଚାଇବେ । ତା’ଛଡା ମଦ ଦୋକାନୀମାନେ ନିଜେ ଲୋକ ରଖି ଡେଲିଭରୀ କରିପାରିବେ ବୋଲି ଖୋର୍ଦ୍ଧା ଜିଲ୍ଳାପାଳ କହିଛନ୍ତି।
ନିୟମ ଅନୁସାରେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଅନଲାଇନରେ ମଦ ମିଳିବ । ଶନିବାର ଓ ରବିବାର ସଟ୍ଡାଉନ୍ରେ ମଦ ଦୋକାନ ବନ୍ଦ ରହିବ । ୱେବ୍ ସାଇଟ୍ osbc.co.in କୁ ଯାଇ ମଦ ଅର୍ଡର କରିପାରିବେ ଗ୍ରାହକ । ଡେଲିଭରୀ ସଂସ୍ଥାକୁ ନିଜେ ଗ୍ରାହକ ଚୟନ କରିବେ । ଅର୍ଡର କରିବାର ୧ରୁ ୨ ଘଣ୍ଟା ମଧ୍ୟରେ ଘରେ ମଦ ପହଞ୍ଚିବ । ତେବେ କେତେ ଟଙ୍କାର ମଦ କିଣିଲେ କେତେ ଟଙ୍କା ଡେଲିଭରୀ ଚାର୍ଜ ଦେବାକୁ ପଡିବ ତାକୁ ସେ ନେଇ ମଧ୍ୟ ଅବକାରୀ ବିଭାଗ ସ୍ପଷ୍ଟ କରିଛି । ଅବକାରୀ ବଭାଗ କହିଛି, ୧ ହଜାର ଟଙ୍କା ଭିତରେ ମଦ କିଣିଲେ ୧ ଶହ ଟଙ୍କା ଡେଲିଭାରୀ ଚାର୍ଜ ଦେବାକୁ ପଡିବ । ୧ ହଜାର ୧ ଟଙ୍କାରୁ ୧୫ ଶହ ଟଙ୍କା ଭିତରେ ମଦ କିଣିଲେ ୧୨୫ ଟଙ୍କା , ୧୫ ଶହ ୧ ଟଙ୍କାରୁ ୨ ହଜାର ଟଙ୍କାର ପାଇଁ ୧୫୦ ଟଙ୍କା, ଦୁଇ ହଜାର ୧ ଟଙ୍କାରୁ ୨୫ ଶହ ଟଙ୍କାର ମଦ ପାଇଁ ୧୭୫ ଟଙ୍କା, ୨ହଜାର ୧ ଟଙ୍କାରୁ ୩ ହଜାର ଟଙ୍କାର ମଦ ପାଇଁ ୨ ଶହ ଟଙ୍କା ଡେଲିଭାରୀ ଚାର୍ଜ ଦେବାକୁ ପଡିବ । ସେଇଭଳି ୩ ହଜାର ୧ ଟଙ୍କାରୁ ୩୫ ଶହ ଟଙ୍କାରେ ମଦ କିଣିଲେ ୨୫୦ ଟଙ୍କା ଚାର୍ଜ, ୩୫ ଶହ ୧ ଟଙ୍କାରୁ ୪ ହଜାର ଟଙ୍କା ମଦରେ ୨୫୦ ଟଙ୍କା ଚାର୍ଜ, ୪ ହଜାର ୧ ଟଙ୍କାରୁ ୪ ହାଜର ୫ ଶହ ଟଙ୍କାରେ ମଦ କିଣିଲେ ୨୭୫ ଟଙ୍କା ଚାର୍ଜ ଓ ୪ ହଜାର ୫୦୧ ଟଙ୍କାରୁ ଯେତେ ଅଧିକ ଟଙ୍କାରେ ମଦ କିଣିଲେ ମାତ୍ର ୩ ଶହ ଟଙ୍କା ଡେଲିଭରୀ ଚାର୍ଜ ନେବେ ଡେଲିଭରୀ ସଂସ୍ଥା ।