ବିଶ୍ୱରେ ଆଉ ୬ଲକ୍ଷ ୨୬ହଜାର ୨୭୭ ସଂକ୍ରମିତ ଓ ୧୧ହଜାର ୮୦୭ ମୃତ
ନୂଆଦିଲ୍ଲୀ : ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ରବିବାର ଗତ ୨୪ ଘଣ୍ଟା ମଧ୍ୟରେ ୬ଲକ୍ଷ ୨୬ହଜାର ୨୭୭ଜଣ ସଂକ୍ରମିତ ହୋଇଥିବାବେଳେ ୧୧ହଜାର ୮୦୭ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬କୋଟି ୩୧ଲକ୍ଷ ୬୧ହଜାର ୧୬୦ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩ଲକ୍ଷ ୮୨ହଜାର ୯୭୭ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୪କୋଟି ୨୫ଲକ୍ଷ ୬୫ହଜାର ୧୯୪ ସୁସ୍ଥ ହୋଇ ଥିବାବେଳେ ୧କୋଟି ୭୨ଲକ୍ଷ ୧୨ହଜାର ୯୮୯ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୩୬ଲକ୍ଷ ୯୫ହଜାର ୩୬୩ ସଂକ୍ରମିତ ଓ ୫ଲକ୍ଷ ୯୯ହଜାର ୮୩୯ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୫୫ଲକ୍ଷ ୯୦ହଜାର ୬୧୩ସଂକ୍ରମିତ ଓ ୪ଲକ୍ଷ ୩୪ହଜାର ୮୧୨ମୃତ, ଫ୍ରାନ୍ସରେ ୫୮ ଲକ୍ଷ ୬୩ ହଜାର ୮୩୯ ସଂକ୍ରମିତ ଓ ୧ ଲକ୍ଷ ୭ ହଜାର ୫୩୫ ମୃତ, ତୁର୍କୀରେ ୫୧ ଲକ୍ଷ ୬ ହଜାର ୮୬୨ ସଂକ୍ରମିତ ଓ ୪୪ ହଜାର ୫୩୭ ମୃତ, ଋଷିଆରେ ୪୯ ଲକ୍ଷ ୩୧ ହଜାର ୬୯୧ ସଂକ୍ରମିତ ଓ ୧ଲକ୍ଷ ୧୫ ହଜାର ୪୮୦ଜଣ ମୃତ, ୟୁକେରେ ୪୪ ଲକ୍ଷ ୪୮ ହଜାର ୮୫୧ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୬୭୫ ମୃତ, ଇଟାଲିରେ ୪୧ ଲକ୍ଷ ୫୩ ହଜାର ୩୭୪ ସଂକ୍ରମିତ ଓ ୧ଲକ୍ଷ ୨୪ ହଜାର ୬୩ମୃତ, ସ୍ପେନରେ ୩୬ ଲକ୍ଷ ୪ ହଜାର ୭୯୯ ସଂକ୍ରମିତ ଓ ୭୯ ହଜାର ୩୩୯ ମୃତ, ଜର୍ମାନୀରେ ୩୫ ଲକ୍ଷ ୯୫ ହଜାର ୮୭୨ ସଂକ୍ରମିତ ଓ ୮୬ ହଜାର ୬୬୯ମୃତ, ଆର୍ଜେଣ୍ଟିନାରେ ୩୨ ଲକ୍ଷ ୯୦ ହଜାର ୯୩୫ ସଂକ୍ରମିତ ଓ ୭୦ ହଜାର ୨୫୩ ମୃତ ରହିଛନ୍ତି ।