ସରିଲା କଳ୍ପନା ଜଳ୍ପନା : ଡିସେମ୍ବର ୯ରେ ବିବାହ ବନ୍ଧନରେ ବାନ୍ଧି ହେବେ ବିକି କୌଶଲ ଓ କ୍ୟାଟ୍ରିନା କୈଫ
![](https://thetruths.in/wp-content/uploads/2021/11/Vicky-Kaushal-and-Katrina-Kaif.jpg)
ହାଇଦ୍ରାବାଦ : ସତ ହେଲା ଫ୍ୟାନ୍ସଙ୍କ ସନ୍ଦେହ । ଅନ୍ତ ହେଲା କଳ୍ପନା ଜଳ୍ପନା । ଆସନ୍ତା ମାସ ଡିସେମ୍ବର ୯ରେ ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ଼ ଆକ୍ଟର ବିକି କୌଶଲ ଓ କ୍ୟାଟ୍ରିନା କୈଫ । ଚଳିତ ବର୍ଷ ବିବାହକୁ ନେଇ ବେଶ ଚର୍ଚ୍ଚାରେ ଥିଲେ ଏହି ଯୋଡି । ଡିସେମ୍ବର ୭ ରୁ ୯ ତିନିଦିନ ଧରି ବିକି କ୍ୟାଟଙ୍କ ବିବାହ ରସମ ଅନୁଷ୍ଠିତ ହେବ ।
ବିକି ଓ କ୍ୟାଟ୍ରିନା ଏନେଇ କିଛି ପ୍ରତିକ୍ରିୟା ଦେଇନଥିବା ବେଳେ ବିକିଙ୍କ ସମ୍ପର୍କୀୟ ଭାଇ ଉପସାନା ବୋହରା ବିବାହକୁ ନେଇ ଏହି ବଡ ଖୁଲାସା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିକି ଓ କ୍ୟାଟଙ୍କ ବିବାହକୁ ନେଇ ମିଡିଆରେ ଚର୍ଚ୍ଚା ହେଉଛି । ତେବେ ଏକ ରିପୋର୍ଟରୁ ଜଣାପଡିଛି ଯେ ଉଭୟଙ୍କ ବିବାହ ଆସନ୍ତା ମାସ ୯ ତାରିଖରେ ହେବ । ବିବାହ ସଙ୍ଗୀତରେ କରଣ ଜୋହର ଏବଂ ଫରାହ ଖାନ କୋରିଓଗ୍ରାଫ କରିବା ନେଇ ମଧ୍ୟ ରିପୋର୍ଟରେ ପ୍ରକାଶ ପାଇଛି ।
ରାଜସ୍ଥାନର ସାୱାଇ ମାଧୋପୁର ଜିଲ୍ଲାର ସିକ୍ସ ସେନ୍ସ ଫୋର୍ଟ ହୋଟେଲରେ ବିକି ଏବଂ କ୍ୟାଟ୍ରିନାଙ୍କ ବିବାହ ଅନୁଷ୍ଠିତ ହେବ। ତେବେ ବିବାହର ଆୟୋଜନ ପାଇଁ ଏକାଧିକ ଇଭେଣ୍ଟ କମ୍ପାନୀ ଏକାଠି କାମ କରିବେ । ଚଳିତ ମାସ ପ୍ରାରମ୍ଭରୁ ଏକ ୧୦ ଜଣିଆ ଟିମ୍ ଅନୁଧ୍ୟାନ କରିବା ପାଇଁ ସିକ୍ସ ସେନ୍ସ ବାରୱାରା ଦୁର୍ଗରେ ପହଞ୍ଚିଥିଲେ । ତେବେ ଲଗାତାର କିଛି ମାସ ହେବ ଉଭୟଙ୍କ ବିବାହ ନେଇ ଚର୍ଚ୍ଚା ହେଉଥିବା ବେଳେ ଏହି ଦମ୍ପତି ଏପର୍ଯ୍ୟନ୍ତ ବିବାହ ନେଇ କୌଣସି ସ୍ପଷ୍ଟିକରଣ ଦେଇନାହାନ୍ତି । ଏବେ ଫ୍ୟାନ୍ସ ଉଭୟଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛନ୍ତି ।