ବଡ଼ ଖବର! ମହଙ୍ଗା ଭତ୍ତାର ହିସାବକୁ ନେଇ ପରିବର୍ତ୍ତନ, ଜାଣନ୍ତୁ ବର୍ତ୍ତମାନ କେତେ ମିଳିବ ଦରମା

ନୂଆଦିଲ୍ଲୀ : କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖବର । ମହଙ୍ଗା ଭତ୍ତାର ହିସାବକୁ ନେଇ ପରିବର୍ତ୍ତନ କରାଯାଇଛି । କେନ୍ଦ୍ର ସରକାରଙ୍କ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ମହଙ୍ଗା ଭତ୍ତା (ଡିଏ) ର ହିସାବର ସୂତ୍ର ପରିବର୍ତ୍ତନ କରିଛି । ମହଙ୍ଗା ଭତ୍ତାର ଆଧାର ବର୍ଷ ୨୦୧୬ରେ ପରିବର୍ତ୍ତନ କରାଯାଇଛି । ମନ୍ତ୍ରଣାଳୟ ମଜୁରୀ ଦର ସୂଚକାଙ୍କର ଏକ ନୂତନ ସିରିଜ୍ ଜାରି କରିଛି । ଶ୍ରମ ମନ୍ତ୍ରଣାଳୟ କହିଛି ଯେ ଆଧାର ବର୍ଷ ୨୦୧୬=୧୦୦ ସହ ଡବ୍ଲୁଆରଆଇର ନୂତନ ସିରିଜ୍ ୧୯୬୩-୬୫ର ଆଧାର ବର୍ଷର ପୁରୁଣା ସିରିଜର ସ୍ଥାନ ନେବ । ଅର୍ଥାତ, ବର୍ତ୍ତମାନ ମହଙ୍ଗା ଭତ୍ତା (ଡିଏ) ର ଗଣନା କରିବାର ପଦ୍ଧତି ବଦଳିଯିବ ।
ଉଲ୍ଲେଖନୀୟ ବିଷୟ ହେଉଛି, ମୁଦ୍ରାସ୍ଫୀତିର ତଥ୍ୟ ଆଧାରରେ ସରକାର ସମୟ ସମୟରେ ପ୍ରମୁଖ ଆର୍ଥିକ ସୂଚକାଙ୍କ ପାଇଁ ଆଧାର ବର୍ଷକୁ ସଂଶୋଧନ କରନ୍ତି । ଅର୍ଥ ବ୍ୟବସ୍ଥାରେ ଆସୁଥିବା ପରିବର୍ତ୍ତନଗୁଡିକ ଆଧାରରେ ଏହା କରାଯାଇଥାଏ ଓ ଶ୍ରମିକମାନଙ୍କ ବେତନ ଢାଞ୍ଚା ଅନ୍ତର୍ଭୂକ୍ତ କରାଯାଇଥାଏ । ରାଷ୍ଟ୍ରୀୟ ପରିସଂଖ୍ୟାନ ଆୟୋଗର ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ର ସୁପାରିଶ ଅନୁଯାୟୀ ପରିଧି ବଢ଼ାଇବା ଓ ସୂଚକାଙ୍କକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବେତନ ଦର ସୂଚକାଙ୍କର ଆଧାର ବର୍ଷ ୧୯୬୩-୬୫ରେ ପରିବର୍ତ୍ତନ କରି ୨୦୧୬ କରାଯାଇଛି ।
ସାଧାରଣତଃ ପ୍ରତି ୬ ମାସରେ ଜାନୁଆରୀ ଓ ଜୁଲାଇରେ ମହଙ୍ଗା ଭତ୍ତାରେ ପରିବର୍ତ୍ତିନ କରାଯାଇଥାଏ । ଆପଣଙ୍କୁ କହି ରଖୁଛୁ ଯେ ମହଙ୍ଗା ଭତ୍ତାର ବର୍ତ୍ତମାନର ହାରକୁ ମୌଳିକ ବେତନ ସହିତ ଗୁଣନ କରି ମହଙ୍ଗା ଭତ୍ତାର ପରିମାଣ ବାହାର କରାଯାଇଥାଏ ।