ଓଡ଼ିଶାରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ
ଭୁବନେଶ୍ୱର : ଓଡ଼ିଶାରେ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ସ୍ୱତନ୍ତ୍ର ବିମାନ ଯୋଗେ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟା ୦୭ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ବିମାନବନ୍ଦରରୁ ସିଧାସଳଖ ରାଜଭବନ ଯିବେ ଓ ସେଠାରେ ମଧ୍ୟାହ୍ନଭୋଜନ କରିବେ ।
ଅପରାହ୍ନ ୪ଟା ୪୫ ମିନିଟରେ କଟକର ବିଜୁ ପଟ୍ଟନାୟକ ଛକ ସ୍ଥିତ ଶାରଳା ଭବନରେ ପହଞ୍ଚିବାର କାର୍ଯ୍ୟକ୍ରମର ରହିଛି । ସେଠାରେ ସାରଳା ଦାସଙ୍କ ୬୦୦ତମ ଜନ୍ମ ଜୟନ୍ତୀରେ ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି । ପରେ ରାଜଭବନକୁ ଫେରି ରାତ୍ରିଯାପନ କରିବେ ଉପରାଷ୍ଟ୍ରପତି । ସେହିପରି ୩ତାରିଖ ୧୦ଟା ୧୦ ମିନିଟରେ ଉତ୍କଳ ବିଶ୍ୟବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ପୂର୍ବାହ୍ନ ୧୦ଟା ୧୦ରେ ରାଜଭବନରୁ ବାହାରି ବିଶ୍ୱବିଦ୍ୟାଳୟ ଅଭିମୁଖେ ଯିବେ । ୧୦ଟା ୨୦ରେ କ୍ୟାମ୍ପସରେ ପହଞ୍ଚିବା ସହ ପୂର୍ବାହ୍ନ ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ସେଠାରେ ରହିବେ । ଏହାପରେ ରାଜଭବନକୁ ଯାଇ ସେଠାରେ ମଧ୍ୟାହ୍ନଭୋଜନ କରିବେ ଏବଂ ଅପରାହ୍ନ ୫ଟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।