ଏସଟିଏଫ କବଜାରେ ବାଘ ଶିକାରୀ ଓ ବେପାରୀ, ୨ ଗିରଫ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବାଘ ଛାଲ ଚାଲାଣ କାରବାର ବୃଦ୍ଧି ପାଉଛି । କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ ପୁଣି ବାଘ ଶିକାରୀ ଓ ବେପାରି । ୪ ଲକ୍ଷ ଟଙ୍କାର ଡିଲ୍ ବେଳେ ଜଣେ ଶିକାରୀ ଓ ଜଣେ ବେପାରିକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍ । ଗିରଫ ଦୁଇ ଜଣ ବ୍ୟକ୍ତି ନୟାଗଡ ଅଞ୍ଚଳର ବୋଲି ସୂଚନା ମିଳିଛି । ସେମାନଙ୍କ ନିକଟରୁ ଗୋଟିଏ କଲରାପତରିଆ ବାଘର ଛାଲ ଜବତ ହୋଇଛି । ଏମାନଙ୍କ ସହ ଅନ୍ୟ କାହାର ଲିଙ୍କ୍ ରହିଛି ତାହାର ଖୋଳତାଡ କରୁଛି ଏସଟିଏଫ ।
ତେବେ କୌଣସି ସୂତ୍ରରୁ ଖବର ପାଇ କ୍ରାଇମ୍ବ୍ରାଞ୍ଚ ଏସଟିଏଫ ନୟାଗଡ଼ ଅଞ୍ଚଳର ଏକ ସ୍ଥାନରେ ପହଁଞ୍ଚିଥିଲା । ସେଠାରେ ବାଘ ଛାଲ ନେଇ ୪ଲକ୍ଷ ଟଙ୍କାର ଡିଲ୍ ହେଉଥିବା ବେଳେ କ୍ରାଇମ୍ବ୍ରାଞ୍ଚ ଏସଟିଏଫ ଧରିଛି । ସେଠାରୁ ଏହି ଶିକାରୀ ଓ ତାଙ୍କ ସହଯୋଗୀଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ ଗିରଫ କରିଛି । ଉକ୍ତ ସ୍ଥାନରୁ ଗୋଟିଏ କଲରାପତରିଆ ବାଘ ଛାଲ ଜବତ ହୋଇଥିବା ସୂଚନା ମିଳିଛି ।