ହସ୍ପିଟାଲରୁ ଡିସଚାର୍ଜ ହେଲେ ବଲିଉଡର ଭେଟେରାନ ଆକ୍ଟର ଦିଲ୍ଲୀପ କୁମାର

ମୁମ୍ୱାଇ : ହସ୍ପିଟାଲରୁ ଡିସଚାର୍ଜ ହେଲେ ବଲିଉଡର ଭେଟେରାନ ଆକ୍ଟର ଦିଲ୍ଲୀପ କୁମାର । ନିଜର ରୁଟିନ ଚେକ ଅପ୍ ପାଇଁ ସେ ମୁମ୍ୱାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲରୁ ଭର୍ତ୍ତି ହୋଇଥିଲେ । ପତ୍ନୀ ସାୟରା ବାନୁୁ ସୋସିଆଲ ମିଡିଆରେ ଫ୍ୟାନକୁ ଏକଥା କହିଛନ୍ତି । ସେ କହିଛନ୍ତି ସମସ୍ତଙ୍କ ପ୍ରାର୍ଥନା ଓ ଡାକ୍ତରଙ୍କ ପାଇଁ ଦିଲ୍ଲୀପ ବର୍ତ୍ତମାନ ସୁସ୍ଥ ଅଛନ୍ତି ।
୨ ଦିନ ତଳେ ରୁଟିନ ଚେକଅପ୍ ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଖୁବଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିଆସିବୁ ବୋଲି ସାୟରା ବାନୁ କହିଥିଲେ। । ନନ କୋଭିଡ ହସ୍ପିଟାଲରେ ଚାଲିଥିଲା ଦିଲ୍ଲୀପଙ୍କ ଚିକିତ୍ସା । ଦିଲ୍ଲୀପଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବାରୁ ଡାକ୍ତରଙ୍କ ପରାମର୍ଶ ନେଇ ସେ ଘରକୁ ଫେରିଛନ୍ତି । ଭେଟେରାନ୍ ଅଭିନେତା ଦିଲ୍ଲୀପ ମଧ୍ୟ ନିଜେ ଟ୍ୱିଟ କରି ଲୋକଙ୍କ ସୁରକ୍ଷା କଥା ଚିନ୍ତା କରିଛନ୍ତି । ସୂଚନା ଥାଉକି ୯୮ ବର୍ଷୀୟ ଏହି ଭେଟେରାନ୍ ଅଭିନେତା ଚଳିତ ବର୍ଷ କରୋନା ପାଇଁ ନିଜର ଜନ୍ମଦିନ ପାଳନ କରିନଥିଲେ । ଏହାସହ ୨୦୨୦ ବର୍ଷ ତାଙ୍କ ପାଇଁ ବେଶ୍ ଦୁଃଖଦ ବର୍ଷ ଥିଲା । କାରଣ ସେ ତାଙ୍କର ୨ ଭାଇଙ୍କୁ ହରାଇଛନ୍ତି ।