ହରିୟାଣାରେ ଆଜିଠାରୁ ଏକ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ଲକ୍ଡାଉନ୍
![](https://thetruths.in/wp-content/uploads/2021/05/Anil-Vij-1024x576.jpg)
ନୂଆଦିଲ୍ଲୀ : କରୋନା ସଂକ୍ରମଣର ସଂକଟ ବଢ଼ି ଚାଲିଥିବା ବେଳେ ହରିୟାଣାକୁ ଆଜିଠାରୁ ଏକ ସପ୍ତାହ ପାଇଁ ସଂପୂର୍ଣ୍ଣ ଭାବେ ଲକ୍ଡାଉନ୍ ରଖାଯାଇଛି । ହରିୟାଣା ସରକାରରେ ମନ୍ତ୍ରୀ ଅନିଲ ଭିଜ ଘୋଷଣା କରିଛନ୍ତି ଯେ, ମେ’ ୩ରୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକ୍ଡାଉନ୍ ରହିବ । ଏହା ପୂର୍ବରୁ ଶୁକ୍ରବାର ସରକାର ୯ଟି ଜିଲ୍ଲାରେ ସପ୍ତାହାନ୍ତ ଲକଡାଉନ୍ ଘୋଷଣା କରିଥିଲେ ।
![](https://thetruths.in/wp-content/uploads/2021/05/haryana-lockdown-1024x569.jpg)
ହରିୟାଣା ସରକାର ଏହି ନିଷ୍ପତ୍ତି ନେଇଛନ୍ତି ଯେ, ଲକଡାଉନ ମାଧ୍ୟମରେ କରୋନା ନିୟନ୍ତ୍ରଣ କରାଯାଇପାରିବ । ଏବେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣ ବାହାରେ ଅଛି । ଶନିବାର ହରିୟାଣାରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ୧୩ ହଜାର ୫୮୮ ଜଣ ସଂକ୍ରମିତ ହୋଇଥିଲେ । ୧୨୫ ଜଣଙ୍କର ମୃତ୍ୟୁ ହୋଇଥିଲା । ହରିୟାଣାରେ ଏପର୍ଯ୍ୟନ୍ତ ୫ ଲକ୍ଷ ୧ ହଜାର ୫୬୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୪ ହଜାର ୩୪୧କୁ ବୃଦ୍ଧି ପାଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୨ ହଜାର ୫୧୬ ଜଣ ।