ବାଲେଶ୍ୱରରେ କୋଭିଡ୍ ହସ୍ପିଟାଲ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଚିଠି

- କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବାକୁ କଲେ ଅନୁରୋଧ
ଭୁୁବନେଶ୍ୱର : ବାଲେଶ୍ୱର ଠାରେ ଡିଆରଡିଓ ପକ୍ଷରୁ ଏକ ଅକ୍ସିଜେନ ବେଡ ଓ ଆଇସିୟୁ ବେଡ ବିଶିଷ୍ଟ କୋବିଡ କେୟାର ହସପିଟାଲ ସ୍ଥାପନା କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ କୁ ପ୍ରସ୍ତାବ ପଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।
ଶ୍ରୀ ଷଡଙ୍ଗୀ ଏହି ପତ୍ରରେ କହିଛନ୍ତି ଯେ ଦେଶରେ ବିଭିନ୍ନ ସ୍ଥାନରେ କୋବିଡ ମାମଲା ବଢୁଥିବା କାରଣରୁ ଡିଆରଡିଓ ଏହା ବିରୁଦ୍ଧରେ ଲଢେଇରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଦେଶର ବିଭିନ୍ନ ସ୍ଥାନରେ ଏକ ଅକ୍ସିଜେନ ବେଡ ଓ ଆଇସିୟୁ ବେଡ ବିଶିଷ୍ଟ ଅସ୍ଥାୟୀ କୋବିଡ ହସପିଟାଲ ନିର୍ମାଣ କରୁଛି ।
ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବାଲେଶ୍ୱରରେ ଡିଆରଡିଓର ଇଂଟିଗ୍ରେଟେଡ ଟେଷ୍ଟ ରେଂଜ ରହିଛି । ଆବଶ୍ୟକତା ସମୟରେ ଡିଆରଡିଓ ସବୁବେଳେ ସ୍ଥାନୀୟ ଲୋକଙ୍କ ସାଙ୍ଗରେ ଠିଆ ହୋଇଛିା ବାଲେଶ୍ୱରରେ କୋବିଡ ସଂଖ୍ୟା ବଢୁଥିବା କାରଣରୁ ଡିଆରଡିଓକୁ ଏ ସମ୍ପର୍କରେ ପ୍ରସ୍ତାବ ପଠାଇବାକୁ ସେ ଏହି ପତ୍ର ଜରିଆରେ ଅନୁରୋଧ କରିଛନ୍ତି ।