କୋଭିଡ଼ ମୁକାବିଲା ପାଇଁ ବଲାଙ୍ଗୀରକୁ ଦୁଇ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : କୋଭିଡ଼ ଦ୍ୱିତୀୟ ଲହରୀ ର ମୁକାବିଲା ପାଇଁ ବଲାଙ୍ଗୀର ଜିଲ୍ଲା କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ,ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ଦୁଇ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ କୋଭିଡ଼ର ପ୍ରଥମ ଲହର ରେ ଗତ ବର୍ଷ ବିଭିନ୍ନ ପର୍ଯାୟରେ ବଲାଙ୍ଗୀର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ବାର କୋଟି ଟଙ୍କା ମଞ୍ଜୁର କରିଥିଲେ ।