ଚାଉଳିଆଗଞ୍ଜ ପୋଲିସ କବ୍ଜାରେ ଦୁଇ ବନ୍ଧୁକ ବେପାରୀ

- ୪ଟି ପିସ୍ତଲ, ୨ଟି ରିଭଲଭର, ୩୨ଟି ଜୀବନ୍ତ ଗୁଳି, ଗୋଟିଏ କାର ସହ ୪ଟି ମୋବାଇଲ ଜବତ
କଟକ : ଆଜି ଚାଉଳିଆଗଞ୍ଜ ଥାନା ଏସିପିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଆକସ୍ମିକ ଚଢ଼ାଉ କରି ଅଜିତ ରାୟ(ଜଗତସିଂହପୁର) ଓ ଅଜୟ ମହାରଣା(ଗଂଜାମ) ନାମକ ଦୁଇଜଣ ଅସାମାଜିକ ବ୍ୟକ୍ତିଙ୍କୁ ବେଆଇନ ବନ୍ଧୁକ ଓ ଗୁଳି ବ୍ୟବସାୟ କରୁଥିବା ଅଭିଯୋଗରେ ଗିରଫ କରିଛନ୍ତି। ସେମାନଙ୍କ ଠାରୁ ପୋଲିସ ୪ଟି ପିସ୍ତଲ , ୨ଟି ରିଭଲଭର, ୩୨ଟି ଜୀବନ୍ତ ଗୁଳି, ଗୋଟିଏ କାର (ନଂ. ଓଡି୦୫ଜି-୨୩୬୧) , ଓ ୪ଟି ମୋବାଇଲ ଜବତ କରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ଏ ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି।

ଚାଉଳିଆଗଞ୍ଜ ପୋଲିସକୁ ବଡ଼ ସଫଳତା। ଗିରଫ ହେଲେ କୁଖ୍ୟାତ ଅପରାଧୀ ଦିପୁ ଓ ପପୁ। ଦିପୁ ଓରଫ ଅଜିତ୍ ରାୟର ଘର ଜଗତସିଂହପୁର ଜିଲ୍ଲାର ବିରିଡ଼ିରେ ହୋଇଥିବା ବେଳେ ପପୁ ଓରଫ ଅଜୟ ମହାରଣା ଗଞ୍ଜାମର। ବନ୍ଧୁକ ବ୍ୟବସାୟ ମାମଲାରେ ରବିବାର ଉଭୟଙ୍କୁ ବିଦ୍ୟାଧରପୁର ଗିରଫ କଲା ପୋଲିସ। ଏହାସହ ୬ଟି ବନ୍ଧୁକ, ଅନେକ ଅଫୁଟା ଗୁଳି, ମୋବାଇଲ ଓ ଦାମୀ କାର ମଧ୍ୟ ଜବତ କରିଛି ପୋଲିସ।
ବିଗତ୧୦ବର୍ଷ ଧରି ଏହି ୨ ଦୁର୍ଦ୍ଦାନ୍ତ ଅପରାଧୀ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଅଛନ୍ତି। ପପୁ ନାଁରେ ୧୧ଟି ମାମଲା ଯାଜପୁର, କଟକ, ଖୋର୍ଦ୍ଧାରେ ରହିଥିବା ବେଳେ ଦିପୁ ନାଁରେ ମଧ୍ୟ ୧୦ଟି ମାମଲା ରହିଛି କଟକ, କଟକ ରୁରାଲ, ଯାଜପୁର ଆଦି ବିଭିନ୍ନ ଜିଲ୍ଲାରେ ରହିଛି। ତେବେ ଏହି ଦୁଇ ଅପରାଧୀଙ୍କୁ ଧରିବା କମିସନରେଟ ପୁଲିସ ପାଇଁ ଏକ ବଡ଼ ସଫଳତା। ଆଗାମୀ ଦିନରେ ଏହି ପ୍ରକ୍ରିୟାକୁ ଜୋରଦାର କରି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରଚେଷ୍ଟା ଜାରି ରହିବ। ଏହାସହ ବିଗତ ୧୨ ଦିନ ଭିତରେ ଚାଉଳିଆଗଞ୍ଜ ପୁଲିସ ୧୩ଟି ବନ୍ଧୁକ ଜବତ କରିଛି।