ଗୋଲ୍ଡେନ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରୁ ୨୦ ମୃତ

ନୂଆଦିଲ୍ଲୀ : ଦେଶରେ ଅକ୍ସିଜେନ ଅଭାବ ଏବେ କରୋନା ମହାମାରୀଠାରୁ ବଳିଯାଇଛି । ଅକ୍ସିଜେନ ସଂକଟରେ ଦୈନିକ ମୃତ୍ୟୁହାର ବଢିବାରେ ଲାଗିଛି। ଏହାରି ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀରୁ ପୁଣି ଆସିଛି ହୃଦୟ ବିଦାରକ ଦୃଶ୍ୟ । ଜୟପୁରରେ ଥିବା ଗୋଲଡେନ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୦ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହାବ୍ୟତୀତ ବାତ୍ରା ଏବଂ ସାର୍ ଗଙ୍ଗାରାମ ହସ୍ପିଟାଲରେ ଅକ୍ସିଜେନର ଘୋର ସଙ୍କଟ ଦେଖାଦେଇଛି। ଏହି ଦୁଇ ହସ୍ପିଟାଲରେ ବି ଖୁବଶୀଘ୍ର ଅକ୍ସିଜେନ ଶେଷ ହୋଇଯିବ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।

ଜୟପୁର ଗୋଲ୍ଡେନ ହସ୍ପିଟାଲର ଏମଡି ଡା. ଡି.କେ ବଲୁଜା କହିଛନ୍ତି ଯେ ଶୁକ୍ରବାର ଅକ୍ସିଜେନ ଅଭାବରୁ ୨୦ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା । ଏବେ ହସ୍ପିଟାଲରେ ଅକ୍ସିଜେନ ଟ୍ୟାଙ୍କର ପହଞ୍ଚିଛି । ଯାହାକି ୧ ଘଣ୍ଟା ପର୍ଯ୍ୟନ୍ତ କାଫି । ବର୍ତ୍ତମାନ ଏଠାରେ ୨୬୦ ରୋଗୀ ଚିକିତ୍ସାଧୀନ ଅଛନ୍ତି । ବାତ୍ରା ହସ୍ପିଟାଲରେ ଗୋଟିଏ ଅକ୍ସିଜେନ ଟ୍ୟାଙ୍କର ପହଞ୍ଚିଛି। ବାତ୍ରା ହସ୍ପିଟାଲ ଏମଡି ଡା. ଏସସିଏଲ ଗୁପ୍ତା କହିଛନ୍ତି ଯେ, ହସ୍ପିଟାଲକୁ ୫୦୦ କିଲୋଗ୍ରାମ ଅକ୍ସିଜେନ ଟ୍ରକ ଜରିଆରେ ପହଞ୍ଚାଯାଉଛି। ଏହା ମିଳିବା ପରେ ୧ ଘଣ୍ଟା ଚଳିଯିବ। ହସ୍ପିଟାଲରେ ଏବେ ୨୬୦ ରୋଗୀ ରହିଛନ୍ତି।