ବାଲେଶ୍ୱର : ୧୮ରୁ ୪୪ବର୍ଷ (ପ୍ରଥମ ଡୋଜ) ଓ ୪୫+ (ଦ୍ଵିତୀୟ ଡୋଜ) ପାଇଁ ଆସନ୍ତାକାଲି ସ୍ଲଟ ବୁକିଂ

- କେବଳ ଅନଲାଇନରେ ସୋମବାରରୁ ଦୁଇଦିନିଆ ଟିକାକରଣ
ବାଲେଶ୍ୱର : ବାଲେଶ୍ୱର ଜିଲା ପ୍ରଶାସନର ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରଦତ ସୂଚନା ମତେ ଚଳିତ ଜୁଲାଇ ମାସ ଆଗାମୀ ୧୯ ଓ ୨୦ ତାରିଖ ସୋମବାର ଏବଂ ମଙ୍ଗଳବାର ଦୁଇଦିନ ଧରି କରୋନା ପାଇଁ ଟିକାକରଣ କରାଯିବ । ଏହି ଟିକାକରଣ କେବଳ ଅନଲାଇନରେ ସ୍ଲଟ ବୁକିଂ ଜରିଆରେ ହେବ । ଏଥିପାଇଁ ୧୮ରୁ ୪୪ ବର୍ଷ ବୟସ ବର୍ଗର ଲୋକଙ୍କ ପାଇଁ ଟିକାର କେବଳ ପ୍ରଥମ ପାନ ଦିଆଯିବ । ଏହି ଟିକା ନେବା ପାଇଁ ଜୁଲାଇ ୧୮ରବିବାର ଅପରାହ୍ନ ୪ଟାରେ ଅନଲାଇନରେ ବୁକିଂ କରିବା ପାଇଁ ସ୍ଲଟ ଖୋଲିଯିବ । ସେହିପରି ୪୫ରୁ ଉର୍ଦ୍ଧ୍ୱ ବୟସ ବର୍ଗର ଲୋକଙ୍କ ପାଇଁ ଟିକାର ୨ୟ ପାନ କେବଳ ଦିଆଯିବ ଓ ସେଥିପାଇଁ ସେହି ଜୁଲାଇ ୧୮ ରବିବାର ଅପରାହ୍ନ ୩ଟାରେ ଅନଲାଇନରେ ବୁକିଂ କରାଯିବା ପାଇଁ ସ୍ଲଟ ଖୋଲିଯିବ ।
Kindly find the Vaccination schedule for the 18-44 age group for 1st dose only for 19th and 20th july.
— DM Balasore (@DBalasore) July 17, 2021
please book your slot through COWIN portal @ 4.00PM tomorrow I.e 18th July 2021.#OdishaCares pic.twitter.com/axG5KSeE5j
ଚାହିଦା ମୁତାବକ ପର୍ଯ୍ୟାପ୍ତ ଟିକା ଆସୁ ନ ଥିବାରୁ ଅଫଲାଇନରେ ପଞ୍ଜିକରଣ କରାଯାଇ ଟିକାକରଣ କରିବା ବ୍ୟବସ୍ଥାକୁ ସାମୟିକ ଭାବେ ବନ୍ଦ କରାଯାଇଛି । ଟିକାକରଣ କେନ୍ଦ୍ରମାନଙ୍କରେ ଟିକା ତୁଳନାରେ ଅତ୍ୟଧିକ ଅସମ୍ଭବ ଭିଡ଼ ଓ ବିଶୃଙ୍ଖଳାକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଆଗାମୀ ଦିନରେ ଅଧିକ ଟିକା ଆସିଲେ ପୁଣି ଅଫଲାଇନ୍ ବ୍ୟବସ୍ଥାରେ ଟିକା ଦିଆଯିବ ।
Kindly find the Vaccination schedule for the 45+ age group for 2nd dose only for 19th and 20th july.
— DM Balasore (@DBalasore) July 17, 2021
please book your slot through COWIN portal @ 3.00PM tomorrow I.e 18th July 2021.#OdishaCares pic.twitter.com/LbgHsKWk6b
ସୂଚନା ଯେ, ସ୍ଲଟ ବୁକିଂ କରିବାରେ ଯେଉଁମାନେ ଅସମର୍ଥ ସେମାନେ ଏଥିପାଇଁ ତାଙ୍କ ନିକଟସ୍ଥ ଆଶା ଓ ଅଙ୍ଗନୱାଡ଼ି କର୍ମୀମାନଙ୍କ ସହାୟତା ନେଇପାରିବେ । ଏଥିପାଇଁ ସେମାନଙ୍କୁ ପୂର୍ବରୁ ଏ କାର୍ଯ୍ୟ ନେଇ ତାଲିମ ପ୍ରଦାନ କରାଯାଉଛି । ୧୮ରୁ ୪୪ ବର୍ଷ ବୟସ ବର୍ଗ ପାଇଁ ୩,୨୦୦ ଟିକା ଥିବାବେଳେ ୪୫ ଏବଂ ତଦୁର୍ଦ୍ଧ୍ୱ ବର୍ଗଙ୍କ ପାଇଁ ୨୫,୮୦୦ ସମୁଦାୟ ୨୯,୦୦୦ ଟିକା ଏହି ଦୁଇ ଦିନରେ ଦିଆଯିବ । ସକାଳ ୮ଟାରୁ ଅପରାହ୍ନ ୩ଟା ସମୟ ପର୍ଯ୍ୟନ୍ତ ଏହି ଟିକାକରଣ କାର୍ଯ୍ୟ ଚାଲୁ ରହିବ । ୧୮ରୁ ୪୪ ବୟସ ବର୍ଗଙ୍କ ପାଇଁ ବାଲେଶ୍ୱର ମ୍ୟୁନିସିପାଲିଟିର ସରକାରୀ ଆଇଟିଆଇ, ବାଲେଶ୍ୱର ସଦର ବ୍ଲକ ପାଇଁ ହରିହର ନୋଡାଲ ସ୍କୁଲ, ରୂପସା, ମହାପାତ୍ର ହାଇସ୍କୁଲ, ପୋଡାଡ଼ିହା ଏବଂ ୪୫ ବା ତଦୁର୍ଦ୍ଧ୍ୱ ବର୍ଗଙ୍କ ପାଇଁ ବାଲେଶ୍ୱର ମ୍ୟୁନିସିପାଲିଟିର ୬ଟି କେନ୍ଦ୍ର ଗାନ୍ଧୀ ସ୍ମୃତି ଭବନ, ଜିଲା ସ୍କୁଲ, ମ୍ୟୁନିସିପାଲ ସ୍କୁଲ, ସହଦେବଖୁଣ୍ଟା, ଶୋଭାରାମପୁର ସ୍କୁଲ, ଟାଉନ ହାଇସ୍କୁଲ, ଓ ଶକୁନ୍ତଳା ସ୍କୁଲ ଓ ସଦର ବ୍ଲକ ପାଇଁ ୯ଟି କେନ୍ଦ୍ର ଆଙ୍କୋ ୟୁଜିଏମଇ ସ୍କୁଲ, ରୂପସା, ଅଗ୍ରୱାଲା ହାଇସ୍କୁଲ, ହଳଦୀପଦା, ରସାଳପୁର ହାଇସ୍କୁଲ, ରାଧାମୋହନ ଜିଉ ହାଇସ୍କୁଲ, ସିନ୍ଧିଆ, ସରକାରୀ ପ୍ରାଇମେରୀ ସ୍କୁଲ, କଷାଫଳ, ବୀଣାପାଣି ସ୍କୁଲ, ସାର୍ଥା, ପରିଖି ରିଜିଓନାଲ ହାଇସ୍କୁଲ, ବାହାବଳପୁର ଇଷ୍ଟ ପ୍ରାଇମେରୀ ସ୍କୁଲ, ରସାଳପୁର ୟୁଜିୟୁପି ଏମଇ ସ୍କୁଲରେ ଏହି ଟିକାକରଣ କାର୍ଯ୍ୟ ଅନୁଷ୍ଠିତ ହେବ ।